Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଯଦୁମଣୀଙ୍କ ପାଇଁ ନୟାଗଡ଼ ମାଟି ଗର୍ବିତ’

by ସଞ୍ଜୟ ସ୍ୱାଇଁ
January 8, 2020
in Literature
‘ଯଦୁମଣୀଙ୍କ ପାଇଁ ନୟାଗଡ଼ ମାଟି ଗର୍ବିତ’
33
VIEWS
Share on FacebookShare on Twitter

କବି ଯଦୁମଣୀ ଜୟନ୍ତୀ ପାଳିତ

ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯଦୁମଣି କ୍ଲବ ମିଳିତ ଆନୁକୁଲ୍ୟରେ ଉତ୍କଳଘଣ୍ଟ ଯଦୁମଣୀଙ୍କ ଜୟନ୍ତି ବୁଧବାର ଅନୁଷ୍ଠିତ ହୋଇଯାଇଛି । ଇଟାମାଟି ପଂଚାୟତ କାର୍ଯ୍ୟାଳୟ ସାମନା ପଡ଼ିଆରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଯୋଗଦେଇ ଯଦୁମଣୀଙ୍କ ହାସ୍ୟ ରସ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ସାହିତ୍ୟିକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମାହାପାତ୍ର, ଅଧ୍ୟାପକ ବିଜୟ କୁମାର ଚୈାଧୁରୀ, କେଳୁଚରଣ ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ନିର୍ମଳ ଚନ୍ଦ୍ର ଶୂରଦେଓ, ଅନୁବାଦ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଏବଂ ଇଟାମାଟି ସରପଂଚ ସୋନାଲିକା ମନ୍ଥନ, ସମିତି ସଭ୍ୟ ବବିତା ରାଣୀ ହେନା ଯୋଗ ଦେଇଥିଲେ । ଅତିଥିମାନେ ଯଦୁମଣୀଙ୍କର ବିଷୟରେ ବହୁ ଜଣାଶୁଣା କଥାକୁ ନେଇ ଆଲୋଚନା କରିବା ସହ ତାଙ୍କ ପାଇଁ ନୟାଗଡ଼ ମାଟି, ସଦା ସର୍ବଦା ଗର୍ବିତ ବୋଲି କହିଥିଲେ । ଏହି ଅବସରରେ ଏକ କବିତା ଆସର ଆୟୋଜିତ କରାଯାଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲାର କବି ଓ ସାହିତ୍ୟିକମାନେ ଯୋଗଦେଇ କବିତା ପାଠ କରିଥିଲେ । ପଣ୍ଡିତ ଚନ୍ଦ୍ରମଣୀ ପ୍ରଧାନ ଏହି କବିତା ପାଠତ୍ସୋବରେ ସଭାପତିତ୍ୱ କରିଥିବା ଜଣାପଡ଼ିଛି । ଯଦୁମଣୀ କ୍ଲବର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସଂମ୍ପାଦକ ଫକିର ଚରଣ ବୈରୀଗଞ୍ଜନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୀତିକଳ୍ପ ହରିଶ୍ ପ୍ରଧାନ, ନାଟ୍ୟକାର ଦୁର୍ଗାକାନ୍ତ ଆଚାର୍ଯ୍ୟ ଏବଂ ସାମ୍ବାଦିକ ରାମକୃର୍ଷ୍ଣ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!