Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତ୍ରଛାତ୍ରୀଙ୍କ ଗହଣରେ ଜିଲ୍ଲା ପରିଷଦ ସଭ୍ୟା ଝିଲି

by ସଞ୍ଜୟ ସ୍ୱାଇଁ
May 28, 2022
in Education, Nayagarh
ଛାତ୍ରଛାତ୍ରୀଙ୍କ ଗହଣରେ ଜିଲ୍ଲା ପରିଷଦ ସଭ୍ୟା ଝିଲି
206
VIEWS
Share on FacebookShare on Twitter

ନୟାଗଡ଼/ଓଡ଼ଗାଁ, (ବାଘୁଆବାର୍ତ୍ତା): ଝାଡସାହି ବିଦ୍ୟାଳୟରେ ଓଡ଼ଗାଁ ୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ । ବିଦ୍ୟାଳୟ ପରିସର ବୁଲିଲେ, ବିଦ୍ୟାଳୟର ସ୍ୱଛତା ପରଖିଲେ, ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ପାଇଁ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପ୍ରଧାନ । ପଞ୍ଚାୟତ ନିର୍ବାଚନ ସରିବା ପରେ ଓଡ଼ଗାଁରେ ନବନିର୍ବାଚିତ ଜନପ୍ରତିନିଧିମାନଙ୍କ ମଧ୍ୟରେ ଲୋକାଭିମୁଖୀ କାର୍ୟ୍ୟକ୍ରମ ନିମନ୍ତେ ବେଶ ତତ୍ପରତା ପ୍ରକାଶ ପାଇଛି।ଏହି ପରିପ୍ରେକ୍ଷୀରେ ଆଜି ୧ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ ଅଚାନକ ଝାଡସାହି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି ଏବଂ କେଉଁ ସମସ୍ୟା ରହିଛି ସେ ଦିଗରେ ଅନୁଧ୍ୟାନ କରିଛନ୍ତି। ବିଶେଷ କରି ଛାତ୍ରଛାତ୍ରୀଙ୍କୁ ପାଠ ପଢା ସମ୍ବନ୍ଧରେ ପଚାରି ବୁଝିଥିଲେ, ବିଦ୍ୟାଳୟମାନଙ୍କୁ ଶିକ୍ଷକ ଓ ଶିକ୍ଷୟତ୍ରୀ ଠିକ ସମୟରେ ଆସୁଛନ୍ତି କି ନାହିଁ ପଚାରି ବୁଝିବା ସହ ବିଦ୍ୟାଳୟର ସମସ୍ୟା ଗୁଡିକ ବିଷୟରେ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ଏବଂ ସମସ୍ୟା ସମ୍ପର୍କରେ ବିଡ଼ିଓ ଓ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ।

ଉନ୍ନତ ଶିକ୍ଷା ଯୋଗାଇ ଦେବା ପାଇଁ ଶିକ୍ଷକଙ୍କ ସହ ଆଲୋଚନା

ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରସ୍ତୁତ ହେଉଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟର ମାନ ନିରୀକ୍ଷଣ କରି ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଧାନଶିକ୍ଷକଙ୍କୁ ପ୍ରତ୍ୟେକ ଦିନ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ତାଗିଦ କରିଛନ୍ତି । ୧୯୫୬ ମସିହାରୁ ପ୍ରତିଷ୍ଠିତ ବିଦ୍ୟାଳୟରେ ସମୁଦାୟ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ବିଦ୍ୟାଳୟ ପାଚେରୀ, ଖେଳପଡ଼ିଆ,ଉପଯୁକ୍ତ ଶ୍ରେଣୀ ଗୃହର ଅଭାବ,ବିଜ୍ଞାନଗାର, ଖେଳ ଶିକ୍ଷକ, ସ୍ଥାୟୀ ପ୍ରଧାନଶିକ୍ଷକ,କମ୍ୟୁଟର ଉପକରଣ ଆଦି ସମସ୍ୟା ସମ୍ପର୍କରେ ବିଦ୍ୟାଳୟ ତରଫରୁ ଏକ ଦରଖାସ୍ତ ଲିଖିତ ଆକାରରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ବିଦ୍ୟାଳୟ ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ କହିଥିଲେ।ଏହି ଗ୍ରସ୍ତ ସମୟରେ ଗିରିଡିପଲ୍ଲୀ ସରପଞ୍ଚ ମିନତୀ ପ୍ରଧାନ ସାମିଲ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!