ନୟାଗଡ଼,(ବାଘୁଆବାର୍ତ୍ତା): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିକୁଲ ଟ୍ରଷ୍ଟ ପକ୍ଷରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି । ହିନ୍ଦୁ ନବ ବର୍ଷରେ ନିକୁଲ୍ ଟ୍ରଷ୍ଟ ପକ୍ଷୀମାନଙ୍କ ତୃଷା ମେଣ୍ଟାଇବା ପାଇଁ ଇଟାମାଟି ଅଞ୍ଚଳରେ ଥିବା ସମସ୍ତ ଗଛରେ ପାଣି ପାତ୍ରର ବ୍ୟବସ୍ଥା କରାଯାଇଛି । ଏହି ମହାନ କାର୍ଯ୍ୟରେ ଇଟାମାଟି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସମାଜସେବୀ ଭାଗିରଥି ବାଇ , ନିକୁଲ୍ ଟ୍ରଷ୍ଟର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ଅବିନାଶ ପାତ୍ର, ଅନନ୍ତ ପୃଷ୍ଟି, ଫକୀର ମୁଦୁଲି, ହରପ୍ରସାଦ ମହାପାତ୍ର ପ୍ରମୁଖ ପ୍ରକୃତି ପ୍ରେମୀ ଗଣ ଯୋଗଦାନ କରିଥିଲେ ।





