ନୟାଗଡ଼, (ବାଘୁଆବାର୍ତ୍ତା): ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଇଟାମାଟି ଠାରେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଯୋଜନା ଅନୁସାରେ କଣ୍ଢେଇ ଦିବସ ପାଳନ କରାଯାଇଛି । ଶିଶୁ ଭାଇଭଉଣୀ ମାନଙ୍କ ଦ୍ଵାରା ସ୍ବାଗତ ଅଭିଭାବକ ମାନଙ୍କର ବ୍ୟବସ୍ଥା କରାଯାଇଥିଲା । ବନ୍ଦନା ପ୍ରାର୍ଥନା ପରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ଜୀବନ ପାଳ ଏହି କଣ୍ଢେଇ ଦିବସ ର ଉଦେଶ୍ୟ ଜ୍ଞାପନ କରିଥିଲେ।

ପରେ ପରେ ଶିଶୁଭାଇଭଉଣୀ ଆଣିଥିବା କଣ୍ଢେଇର ପ୍ରଦର୍ଶନୀ ଅଭିଭାବକ ,ଅଭିଭାବିକା ପରିଦର୍ଶନ କରିଥିଲେ ତା ପରେ ଶିଶୁବାଟିକା ପ୍ରମୁଖ ଟୁନି ଗୁରୁମା କଣ୍ଢେଇ ଦିବସ ପାଳନ କରିବା ଦ୍ଵାରା ଭୁଲି ଯାଇଥିବା ଐତିହ୍ୟକୁ ମନେ ପକାଇବା ସହ ଶିଶୁର ସୃଜନାତ୍ମକ ଶକ୍ତିର କିଭଳି ଭାବରେ ବିକାଶ ହେବ ଏହି କଥା ଅଭିଭାବକ ମାନଙ୍କୁ ସମ୍ୟକ୍ ଧାରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମ ଶିଶୁବାଟିକା ଗୁରୁମା ଏବଂ ସେବିକା ଙ୍କ ଦ୍ଵାରା ସମ୍ପନ୍ନ କରାଯାଇଥିଲା ।






