ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟି ଠାରେ ଶିଶୁବାଟିକା ବିଭାଗ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ “ପ୍ରଥମ ପର୍ଯ୍ୟାୟର ତୃତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଆୟୁର୍ବେଦିକ ଡାକ୍ତର ତପସ୍ଵିନୀ ଓଝା ମହୋଦୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ଜୀବନ ପାଳ ମୁଖ୍ୟ ଅତିଥି ଅଧିକାରୀ ଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଆଜିର ବିଷୟ ଶିଶୁର ରୋଗ ଏବଂ ତା ‘ ର ଚିକିତ୍ସା ଉପରେ ଶିଶୁର ମାତାପିତାଙ୍କୁ ବିସ୍ତାରିତ ରୂପରେ ଧାରଣା ଦେଇଥିଲେ । ଶିଶୁ ଭାଇଭଉଣୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ, ସୋପାନ ବିଷୟକୁ ନେଇ ନୃତ୍ୟ, ପ୍ରାୟୋଗିକ ( ଜ୍ଞାନାତ୍ମକ ପାଠ ,ବୁଟ ,ମଟର ସିଝା ) କରାଯାଇଥିଲା । ଶିଶୁ ଭାଇ ଭଉଣୀଙ୍କ ଦ୍ଵାରା ବାଲନାଟ୍ୟ କରାଯାଇଥିଲା ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ,ଶିଶୁବାଟିକା ପ୍ରମୁଖ ଟୁନି ଗୁରୁମା ପ୍ରାତଃ ପର୍ଯ୍ୟାୟ ସମସ୍ତ ଗୁରୁମା ଏବଂ ସେବିକା ଙ୍କ ସହଯୋଗରେ ସମ୍ପନ୍ନ କରାଇଥିଲେ । ୬୫ଜଣ ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ଥିଲେ।






