ନୟାଗଡ଼, (ବାଘୁଆବାର୍ତ୍ତା): ସକାଳର ବଡ଼ ଖବର l ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି l ଏଭଳି ଘଟଣା ଆସିଛି ଇଟାମାଟି ଥାନା ଅଞ୍ଚଳରୁ l

ସୂଚନାନୁସାରେ, ଇଟାମାଟି ଥାନା ଅନ୍ତର୍ଗତ ବାଉଁଶଆପଡ଼ା ଗ୍ରାମରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଦାଣ୍ଡ ଦୁଆରେ ଶୋଇଥିବା ବେଳେ ସେହି ଗ୍ରାମର ପାଣ୍ଡା ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି l ଇଟାମାଟି ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପାରିପାରର୍ଶୀକ ତଦନ୍ତ ଆରମ୍ଭ କରିଛି l ପୀଡିତା ଜଣଙ୍କ ଗୁରୁତର ଅବସ୍ଥାରେ ଥିବା ବେଳେ ଅତ୍ୟାଧିକ ରକ୍ତଶ୍ରାବ ହେଉଥିବେ ଜଣାପଡିଛି l






