ନୟାଗଡ଼, (ବାଘୁଆବାର୍ତ୍ତା); ମାନସିକ ବିକାରଗ୍ରସ୍ତଙ୍କୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ଅଟକ ରଖିଛି ଇଟାମାଟି ପୋଲିସ୍ । ଅଟକ ଥିବା ଯୁବକ ଜଣଙ୍କ ହେଲେ ବାଉଁଶିଆପଡ଼ା ଗ୍ରାମର ସୂର୍ଯ୍ୟକାନ୍ତ ମହାନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଗାଁ ଦାଣ୍ଡ ପିଣ୍ଢାରେ ଶୋଇଥିଲେ । ଏହାର ଫାଇଦା ନେଇ ସେହି ଗ୍ରାମର ସୂର୍ଯ୍ୟକାନ୍ତ ମହାନ୍ତି ଦୁଷ୍କର୍ମ କରି ରକ୍ତାକ୍ତ କରିଦେଇଥିଲା । ମାନସିକ ବିକାରଗ୍ରସ୍ତ ମହିଳା ଜଣଙ୍କ ଛାଟିପିଟି ହୋଇ ପାଟି କରି ଚିତ୍କାର କରିବାରୁ ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଘଟଣାସ୍ଥଳରେ ପହଞ୍ଚି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । ଇଟାମାଟି ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିଲେ ।

ଏହି ଘଟଣାକୁ ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଗୁରୁତ୍ୱ ଦେଇ, ଘଟଣା ଘଟିବାର ୧୨ଘଣ୍ଟା ଭିତରେ ଦୁଷ୍କର୍ମକାରୀ ସୂର୍ଯ୍ୟକାନ୍ତ ମହାନ୍ତିଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ବର୍ତ୍ତମାନ ସୁଦ୍ଧା ଖବର ମିଳିଛି । ତେବେ ଇଟାମାଟି ଥାନା ଅଧିକାରୀଙ୍କ ତଚ୍ଛକ୍ଷଣାତ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।






