ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ କେନ୍ଦିଢିପି ନବ ଚୈାଦୁରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାବାଳିକାକୁ ଛାତ୍ରୀକୁ ଅସଦାଚରଣ ଘଟଣାରେ ଅଧ୍ୟକ୍ଷ ଗିରଫ ହୋଇଛନ୍ତି । ଗିରଫ ଅଧ୍ୟକ୍ଷ ହେଲେ ଅଶ୍ୱସ୍ଥପଡ଼ା ଗ୍ରାମର ପ୍ରଦୀପ କୁମାର ହାତୀ । ତାଙ୍କୁ ଗିରଫ କରାଯାଇଥିବା ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।
ଗତକାଲି ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କିଛି ଛାତ୍ରୀ ଇଟାମାଟି ଥାନାରେ ପହଞ୍ଚି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ପୁଲିସ ପ୍ରଥମେ ଘଟଣାର ଅନୁସନ୍ଧାନ କରିଥିଲା । ପରେ ଏହି ଘଟଣାକୁ ନେଇ ମାମଲା ରୁଜୁ କରିଥିଲା । ଉକ୍ତ ମାମଲାରେ ଆଜି ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଥିଲା । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧ୍ୟକ୍ଷଙ୍କୁ ଡାକ୍ତରୀମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୁତ୍ରରୁ ସୂଚନା ମିଳିଛି । କୋର୍ଟରେ ଜାମିନ ନାମାଞ୍ଜୁର ହେବା ପରେ ଅଧ୍ୟକ୍ଷଙ୍କୁ ବିଚାରବିଭାଗୀୟ କାରଗାରକୁ ପଠାଯାଇଛି ।





