ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପକ୍ଷରୁ ଚଢ଼ଉ କରାଯାଇ ବିଦେଶୀ ମଦ ଜବତ କରାଯାଇଛି । ନୋତର ଗ୍ରାମର ରବିନ୍ଦ୍ର ସାହୁଙ୍କ ଠାରୁ ୧୩ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଇଟାମାଟି ଥାନାରେ ୧୩୭/୨୩ ରେ ମାମଲା ରୁଜ କରାଯାଇ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଫରୁୱାଡ କରାଯାଇଥିବା ସୁଚନା ଦେଇଛନ୍ତି ଥାନା ଅଧିକାରୀ ଦୀପକ ଖଣ୍ଡାୟତ ରାୟ ।





