ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବଉଳିସାହି ଗ୍ରାମରେ ଯୁବକଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ୫ ଜଣ ଙ୍କୁ ଗିରଫ କରିଛି ପୋଲିସ । ଚଳିତ ବର୍ଷ ମେ ୧ ତାରିଖ ରେ ରାଜନୈତିକ ଶତ୍ରୁତା କୁ ନେଇ ଇଟାମାଟି ଥାନା ବଉଳିସାହି ରେ ଦେଖିବାକୁ ମିଳିଥିଲା ରକ୍ତଛିଟା । ରାଜନୈତିକ ଆକ୍ରୋଶର ଶିକାର ହୋଇଥିଲେ ବଉଳିସାହି ଗ୍ରାମର ବିଜେଡ଼ି ଯୁବ ନେତା ସେହିଗାଁ ର ପୃଥ୍ୱୀରାଜ ଦଳବେହେରା ଗାଁ ଦାଣ୍ଡରେ ବୁଲୁଥିବା ବେଳେ ସେହିଗାଁ ର ୧୧ ଜଣ ଯୁବକ ସଂଘବଧ ଆକ୍ରମଣ କରିଥିଲେ। ଆକ୍ରମଣ ରେ ହାତ ଓ ଗୋଡ଼ ରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ପ୍ରଥମେ ନୟାଗଡ଼ ଓ ପରବର୍ତୀ ସମୟରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ଇଟାମାଟି ପୋଲିସ ପୂର୍ବରୁ ୨ ଜଣ ଙ୍କୁ ଗିରଫ ହୋଇଥିବା ବେଳେ ଆଜି ୫ ଜଣ ଙ୍କୁ ଗିରଫ ହୋଇଛନ୍ତି । ସେମାନେ ହେଲେ ହାଲୁରି ବେହେରା, ଦୁର୍ଗା ଚରଣ ଗୁମାନସିଂ, ସନ୍ତୋଷ ନାୟକ, କାଶୀ ନାୟକ, ବନମାଳୀ ନାୟକ ଘର ବଉଳିସାହି। ପୂର୍ବରୁ ଏମାନଙ୍କ ଠାରୁ ଠେଙ୍ଗା, କଟୁରୀ ଓ ଖଣ୍ଡ ଜବତ ହୋଇଥିଲା। ଏନେଇ ଇଟାମାଟି ଥାନା ପରିସରରେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଏସଡିପିଓ ସୁଦର୍ଶନ ଗଙ୍ଗୋଇ, ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଉପସ୍ଥିତ ଥିଲେ





