ନୟାଗଡ଼, (ବାଘୁଆବାର୍ତ୍ତା): ଇଟାମାଟି ଥାନା ଅଞ୍ଚଳରେ ଅଘଟଣ । ଲୁହା ଛଡ ଚୋରି କରି ଯୁବକ ବନ୍ଧା ହୋଇଛନ୍ତି । ଇଟାମାଟି ଥାନା ଅନ୍ତର୍ଗତ ନାଗପୁର ଠାରେ ନିର୍ମାଣଧିନ ବ୍ରିଜରୁ ଲୁହା ଛଡ ଚୋରି କରିଥିବା ଅଭିଯୋଗରେ ଜେଲ ଯାଇଛନ୍ତି ଯୁବକ । ଇଟାମାଟି ଥାନା ଅନ୍ତର୍ଗତ ପୁରସ୍ତମପୁର ଗ୍ରାମର ବାଲୁଙ୍କି ବିଶୋଇଙ୍କ ପୁଅ ରମେଶ କୁମାର ବିଶୋଇଙ୍କୁ ଲୁହାଛଡ଼ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ପୋଲିସ କୋର୍ଟ ଫରୁୱାର୍ଡ କରିଛି । ଏଆରଏସଏସ କମ୍ପାନୀର ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ଜେନା ଏ ନେଇ ଥାନାରେ ମାମଲା ଦାୟର କରିଥିଲେ । ଇଟାମାଟି ପୋଲସି ପକ୍ଷରୁ କେସ ନଂ-୨୦୭ ରେ ମାମଲା ରୁଜୁ କରାଯାଇ ରମେଶକୁ କୋର୍ଟ ଫରୁୱାର୍ଡ କରାଯାଇଛି । ତାଙ୍କ ନିକଟରୁ ୨୦ କ୍ୱିଣ୍ଟାଲ ବିଭିନ୍ନ ଲୁହା ସାମଗ୍ରୀ ଜବତ କରାଯାଇଛି ।





