ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ବାଣିଜ୍ୟ ପେଣ୍ଠସ୍ଥଳୀ ପାଲଟିଥିବା ଇଟାମାଟି ବଜାର ଭିତରେ ଇଟାମାଟି ପୁଲିସ ଓ ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କ ମିଳିତ ଭାବେ ଚଢଉ କରିଛନ୍ତି । ମହାମାରୀ କରୋନା କାୟା ବିସ୍ତାରି ଚାଲିଥିବା ବେଳେ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । କୋଭିଡ୍-୧୯ କଟକଣା ଓ କଲଡାଉନକୁ ଯେଉଁ ଦୋକାନୀ ମାନେ ଉଲଙ୍ଘନ କରିଥିଲେ ସେମାନଙ୍କୁ ସାବାଡ କରିଛି ପୁଲିସ । ଇଟାମାଟି ବଜାରରେ ଥିବା ୧୧ଜଣ ଅମାନିଆ ଦୋକାନୀଙ୍କ ଠାରୁ ୨୯୫୦ଟଙ୍କା ଫାଇନ୍ କାଟିଥିବା ନେଇ ଇଟାମାଟି ଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।





