ନୟାଗଡ଼, (ବାଘୁଆବାର୍ତ୍ତା): ଇଟାମାଟି ବାମନ ଅବକାଶ ହାଇସ୍କୁଲ ର ୧୯୭୫ ମସିହା ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ ନୟାଗଡ ଜାମୁବଣିଆ ପାର୍କ ଠାରେ ଆୟୋଜିତ ହୋଇଥିଲା । ସମସ୍ତେ ସମସ୍ତ ସାଙ୍ଗ ମାନେ ସମସ୍ତ ଙ୍କ ର ଦୁଃଖ ସୁଖ ଆଲୋଚନା କରିଥିଲେ । ଜୀବନ ର ଶେଷ ସମୟ ରେ ସମାଜ ର କିଛି ଉନ୍ନତି କାମ କରିବା ପାଇଁ ନିଷ୍ପତି ନେଇଥିଲେ । ସ୍କୁଲ କମିଟି ର ସମ୍ପାଦକ ଜଗନ୍ନାଥ ଦାଶ ମୋ ବିଦ୍ୟାଳୟ ର କିପରି ଉନ୍ନତି ହେବ ସମସ୍ତ ଙ୍କ ସହିତ ଆଲୋଚନା କରିଥିଲେ । ଏଥିରେ ଡାକ୍ତର ନବ କିଶୋର ସାହୁ, ବ୍ୟବସାୟ ବିଶ୍ୱନାଥ ମହାପାତ୍ର (ଜଟି ), ଅଧ୍ୟାପକ ତ୍ରିଲୋଚନ ସାଥୁଆ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନନ୍ଦ, ଦୁର୍ଯ୍ୟୋଧନ ପୃଷ୍ଟି, ଗୋପବନ୍ଧୁ ମହାନ୍ତି , ଗୋପାଳ ପରିଡା, ସୁଦର୍ଶନ ସାହୁ ଓ ଅନ୍ୟ ବନ୍ଧୁ ମାନେ ଆସନ୍ତା ୨୬ ମସିହା ରେ ପୁଣି ମିଶିବା ପାଇଁ ନିଷ୍ପତି ନେଇଥିଲେ । ସ୍କୁଲ ର ଉନ୍ନତି ପାଇଁ ସହଯୋଗ କରିବାକୁ ସମସ୍ତ ସାଙ୍ଗ ମାନେ ଶପଥ ନେଇଥିଲେ ।





