Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଟାମାଟି କପ : ଇଟାମାଟି ୨-୦ ରେ ବିଜୟୀ

by ସଞ୍ଜୟ ସ୍ୱାଇଁ
February 8, 2023
in Nayagarh, Sports, State
ଇଟାମାଟି କପ : ଇଟାମାଟି ୨-୦ ରେ ବିଜୟୀ
257
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଯଦୁମଣି ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବାମନ ଅବକାଶ ହାଇସ୍କୁଲ ପଡିଆଠାରେ ଚାଲିଥିବା ଇଟାମାଟି କପ: ୨୦୨୩ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ତୃତୀୟ ଦିବସରେ ଘରୋଇ ଇଟାମାଟି ଦଳକୁ ଭେଟିଥିଲା ନୀଳଚକ୍ର ସ୍ପୋର୍ଟସ କ୍ଲବ ପୁରୀ । ଖେଳ ପ୍ରଥମରୁ ସଂଘର୍ଷ ପୂର୍ଣ୍ଣ ହୋଇଥିଲା । ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଟାଉନ ଥାନା ସବ ଇନିସପେକ୍ଟର ଧର୍ମେନ୍ଦ୍ର ଶିଆଳ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ, ସରପଞ୍ଚ ସ୍ୱପ୍ନେଶ୍ୱରୀ ସେଠୀ, ସମିତି ସଭ୍ୟା ଗୋଲାପରାଣୀ ସେଠୀ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସେଠୀ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦୁଇ ଦଳର ଖେଳାଳି ମାନଙ୍କ ସହ କର ମର୍ଦ୍ଦନ କରିଥିଲେ । ମୁଖ୍ୟ ରେଫରି ଭାବେ ଏସ କେ ହାୟତ ଆଜିର ଖେଳ ପରିଚାଳନା କରିଥିଲେ । ରେଫରୀ ବିଦେଶୀ କୁମାର ନାୟକ, ବାଗିର ମହମଦ ଓ ବୁଦ୍ଧିରାମ ହେମ୍ବ୍ରମ ପ୍ରମୁଖ ତାଙ୍କୁ ସହାୟତା କରିଥବଲେ । ପ୍ରଥମାର୍ଦ୍ଧର ୧୧ ମିନିଟ ସମୟରେ ଇଟାମାଟି ଦଳର ୬ ନମ୍ବର ଖେଳାଳି ବାପୁନି ବେହେରା ପ୍ରଥମ ଗୋଲ ଏବଂ ଶେଷ ମୁହୁର୍ତ୍ତରେ ଆଉଗୋଟିଏ ଗୋଲ ଦେଇ ବେଷ୍ଟ ସ୍କୋରର ହୋଇଥିଲେ । ଏଥି ସହିତ ପୁରୀର ୧୦ ନମ୍ବର ଖେଳାଳି କାହ୍ନୁ ମଲ୍ଲିକ ଆଜିର ଖେଳରେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଶେଷରେ ଇଟାମାଟି ୨-୦ ଗୋଲରେ ବିଜୟୀ ହୋଇଥିଲା । ଖେଳ ଶିକ୍ଷକ ଅମୀୟ ମୋହନ ସାହୁ ଖେଳର ଧାରା ବିବରଣୀ ପ୍ରଚାର କରିଥିଲେ । ଆସନ୍ତା କାଲି ଏଠାରେ ବଜରଙ୍ଗ ବାଲି ସ୍ପୋର୍ଟିଂ କ୍ଲବ ଭୁବନେଶ୍ୱର ଓ ଭଞ୍ଜନଗର ଦଳ ପରସ୍ପରକୁ ଭେଟିବେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!