ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ବୁଧବାର ଭୋର ସମୟରେ ଦୁଇ ଜଣ ନାବାଳିକା ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଜଣେ ଅସମାଜିକ ଯୁବକ ନାବାଳିକାମାନଙ୍କୁ ଅସଦାଚରଣ କରିବା ସହ ଦୁଃଷ୍କର୍ମ ଉଦ୍ୟମ କରିଥିଲେ । ଯୁବକ ଜଣଙ୍କ ହେଉଛନ୍ତି ଇଟାମାଟି ଗ୍ରାମ ଜଗତିପାଟଣାର କାଶିନାଥ ବେହେରାଙ୍କ ପୁଅ କିରଣ କୁମାର ବେହେରା । ସେ ଜଣେ ବିବାହିତ ବ୍ୟକ୍ତି ବୋଲି ଜଣାଯାଇଛି । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ୮୦/୨୧ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ ଦୁଇ ଦିନ ହେବ ଅଭିଯୁକ୍ତ ଟେର ପାଉନଥିବା ଜଣାଯାଇଛି ।






