ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟି ବଜାରରେ ବଡ଼ ଧରଣର କାର ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଦୁଇ ଜଣଙ୍କର ମୃତ ଘଟିଛି । ଇଟାମାଟି ବଜାରରେ ରାତ୍ର ଦୁଇଟା ପରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ଦୋକାନକୁ ପିଟିଲା ଇନୋଭା କାର୍ । ମହାରାଷ୍ଟ୍ର ନାଗପୁର ଅଞ୍ଚଳର ପଥଚାରୀ ଦ୍ବାରିକାପ୍ରସାଦ ଏବଂ କାର୍ ପଛରେ ବସିଥିବା ବୋଲଗଡ ଅଞ୍ଚଳର ସାଗୁରୁଗାଁ ଗାଁର ସୂର୍ଯ୍ୟକାନ୍ତ ପ୍ରଧାନ ମୃତ ଘଟିଛି । ଦୁର୍ଘଟଣା ପରେ କାର୍ ଡ୍ରାଇଭର୍ ଫେରାର୍ ରହିଛି । ଦୃତଗତି ଯୋଗୁ ବୁଲାଣି କାଟିନପାରିବାରୁ ଦୁର୍ଘଟଣା ହୋଇଥିବା ଅନୁମାନ । ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ନୟାଗଡ ପଟୁ ନିଜ କାରରେ ସୂର୍ଯ୍ୟକାନ୍ତ ଗାଁକୁ ଫେରୁଥିଲେ ।
ଇଟାମାଟି ବଜାରରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଦ୍ବାରିକାନାଥଙ୍କୁ ଧକ୍କା ଦେଇ ଏକ ଇଲେକ୍ଟ୍ରୋନିକ୍ସ ଦୋକାନକୁ ଧକ୍କା ଦେଇଥିଲା । ଦ୍ବାରିକାନାଥ ଜଣେ ଟ୍ରକ୍ ଡ୍ରାଇଭର୍ ଏବଂ ସେ ସ୍ଥାନୀୟ ଏକ କବାଡିଆ ଗୋଦାମରେ ଗାଡି ଲଗାଇ ଚା ପିଇବା ପାଇଁ ବଜାରକୁ ଆସିଥିଲେ । କାର୍ ଡ୍ରାଇଭର୍ ଭୂବନାନନ୍ଦ ପ୍ରଧାନ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି ।ସ୍ଥାନୀୟଲୋକ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଇଟାମାଟି ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।