Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡି, ବିଜେଡିରେ ଯୋଗ ଦେଲେ ବିଜେପି କର୍ମୀ

by ସଞ୍ଜୟ ସ୍ୱାଇଁ
January 21, 2024
in Nayagarh, Politics, State
ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡି, ବିଜେଡିରେ ଯୋଗ ଦେଲେ ବିଜେପି କର୍ମୀ
844
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବହୁ ବିଜେପି କର୍ମୀ ବିଜେଡିରେ ଯୋଗ ଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟରେ ସାମିଲ ହେବା ପାଇଁ ବିରୋଧୀ ଦଳର କର୍ମୀ ମାନେ ବିଜେଡିରେ ଯୋଗ ଦାନ କରୁଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିରୋଧୀ ଦଳର କର୍ମୀ ମାନେ ଦିନକୁ ଦିନ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଇଟାମାଟି ଗ୍ରାମ ପଞ୍ଚାୟତର ବିଜେପିର ବହୁ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ଇଟାମାଟି ଗ୍ରାମର ସସ୍ମିତା ଜେନା, ଜୟନ୍ତୀ ବେହେରା, ମଞ୍ଜୁଲତା ମହାନ୍ତି, ସସ୍ମିତା ମହାନ୍ତି, ଗିତାଞ୍ଜଳୀ ମହାନ୍ତି, ମଞ୍ଜୁବାଳା ବେହେରା, ସୀତା ଦେଇ, ସୁଲୋଚନା ମହାରଣା, ସଂଯୁକ୍ତା ଦାସ, ସସ୍ମିତା ସାହୁ, ପତକ ସାହୁ, ସନାତନ ଦାସ, ଯୁଧିଷ୍ଠିର ମହାନ୍ତି, ରମୋ ଚନ୍ଦ୍ର ସାହୁ, ଜିତେନ ବେହେରା, ବିର ଡାକୁଆ, ପପୁନ, ଦୀପନ, ବିଭୁତି, ରାଧାମୋହନ ପୃଷ୍ଟି, କୋକିଳା ଦେଇ, ବିରଞ୍ଚି ନାରାୟଣ ସାହୁ, ରଘୁନାଥ ବେହେରା, ରାହୁଲ କୁମାର ଦାସ, ଛବି ନାୟକ, ରତନ ମହାପାତ୍ର, ସିଦ୍ଧାନ୍ତ ନାୟକ, ରତ୍ନାକର ପରିଡ଼ା, ବୁଲୁ ସୁନ୍ଦରା ଓ ମାନସ ନାୟକ ଏହିପରି ୩୦ ପରିବାର ଆଜି ବିଜେଡିରେ ଯୋଗ ଦେଇଛନ୍ତି । ବହୁ ସଂଖ୍ୟାରେ ମହିଳା ମାନେ ବିଜେଡିରେ ଯୋଗ ଦେଇଥିବାରୁ ଆଗାମୀ ଦିନରେ ଇଟାମାଟି ଗ୍ରାମ ପଞ୍ଚାୟତ ବିଜେଡି ଶକ୍ତିଶାଳୀ ହେବ ବୋଲି ଜଣା ପଡିଛି ।

ବିଜୁ ଜନତା ଦଳରେ ଯୋଗ ଦେବା ପରେ ଇଟାମାଟି ପଞ୍ଚାୟତକୁ ବିଜେଡିକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ବିଜେଡିରେ ସାମିଲ ହୋଇଥିବା ମହିଳା ମାନେ ବକ୍ତବ୍ୟ ରଖିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଆଶିଷ କୁମାର ଅଗ୍ରୱାଲ, ସମାଜସେବୀ ପ୍ରଦୀପ ସେଠୀ, ସମିତି ସଭ୍ୟା ଗୋଲାପ ରାଣୀ ସେଠୀ, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ୍ ପ୍ରସାଦ ସାହୁ, ସମାଜସେବୀ ପ୍ରଫୁଲ କୁମାର ଜେନା, ଶରତ ସାହୁ, କିଶୋର ନାୟକ, ଉମେଶ ସାହୁ, ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ସଚି ସାଥୁଆ, ଭାଗିରଥି ବାଇ, ସତ୍ୟନାରାୟଣ ସୁବୁଦ୍ଧି, ଗଗନ ବିହାରୀ ମିଶ୍ର, ଦିଲ୍ଲୀପ କୁମାର ପଟ୍ଟନାୟକ, ସୁଧିର କୁମାର ପୃଷ୍ଟି, ମାନସ ସାହୁ, ଦୀପକ କୁମାର ପଟ୍ଟନାୟକ, ବଛେଇ ରାଉତରାୟ ଓ ସୁଶାନ୍ତ କୁମାର ରାୟ ପ୍ରମୁଖ ନେତା ମାନେ ଉପସ୍ଥିତ ରହିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!