ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଇଟାମାଟି ସ୍ଥିତି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଦ୍ୟାଳୟ ଉନ୍ନତୀ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉଚ୍ଚାକାଂକ୍ଷୀ ରୂପାନ୍ତରୀକରଣ ଯୋଜନାରେ ବିଦ୍ୟାଳୟରେ ସାମିଲ ହୋଇଥିବାରୁ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ ଏବଂ ଇଲାଇବ୍ରେରୀ ଏବଂ ବିଜ୍ଞାନଗାର ପ୍ରଭୃତିର କାର୍ଯ୍ୟକୁ ଆଜି ତଦାରଖ କରାଯାଇଛି । ଏଥିସହିତ ମୋ ସ୍କୁଲ ଅଭିଯାନରେ ପୂରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ବିଦ୍ୟାଳୟର ଶିକ୍ଷକ ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଗସ୍ତ ସମୟରେ ପୁରାତନ ଛାତ୍ରସଂଘର ସଭାପତି ଶରତ କୁମାର ସାହୁ, ପ୍ରାକ୍ତନ ଛାତ୍ର ଅଶୋକ କୁମାର ନାୟକ, ଜଗନ୍ନାଥ ଦାଶ, ଭାଗୀରଥି ବାଇ, ପ୍ରଫୁଲ କୁମାର ଜେନା ପ୍ରମୂଖ ଉପସ୍ଥିତ ରହିଥିଲେ ।






