Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟଙ୍କା ଗଣିବାକୁ ୨୫ ମେସିନ୍ ୫୦ ଲୋକ

by ସଞ୍ଜୟ ସ୍ୱାଇଁ
December 9, 2023
in Crime, State
ଟଙ୍କା ଗଣିବାକୁ ୨୫ ମେସିନ୍ ୫୦ ଲୋକ
108
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): IT ରେଡ୍ ନେଇ ଏସବିଆଇ ବ୍ୟାଙ୍କ ରିଜିଓନାଲ ମ୍ୟାନେଜରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ପୂର୍ବରୁ ଟଙ୍କା ଗଣତିରେ ୯ଟି ମେସିନ ଲାଗିଥିଲା ତାହା ବଢାଯାଇ ୨୫କୁ ପହଞ୍ଚିଛି । ଏସବିଆଇ ମୁଖ୍ୟ ସହ ଅନ୍ୟ ବ୍ରାଞ୍ଚ ଓ ବିଭିନ୍ନ ବ୍ୟାଙ୍କର ୫୦ ଜଣ ଷ୍ଟାପ୍ ଗଣତି କରୁଛନ୍ତି । ପ୍ରଥମେ ୧୫୬ ପରେ ୨୦ ଏବେ ୧୭୬ ବ୍ୟାଗରୁ ୪୦ ବ୍ୟାଗରୁ ୪୬ କୋଟି ଦୁଇ ଦିନ ଭିତରେ ଗଣତି ସରିଛି। ମେସିନ କିଛି ଅସୁବିଧା ହେଲେ ସମ୍ବଲପୁର ଇଞ୍ଜିନିୟର ଆସିକି ଅଛନ୍ତି । ସମସ୍ତ ପ୍ରକାର ମେସିନ ପୁରୁଣା ଟଙ୍କା ପାଇଁ ରଖାଯାଇଛି କିଛି ଅସୁବିଧା ହେଲେ ତାହାକୁ ବ୍ୟବହାର କରାଯିବ। ୨ ଦିନ ଭିତରେ ଟଙ୍କା ଗଣତି ସରିବା ନେଇ ଆଶା । ଏନେଇ ସୂଚନା ଦେଇଛନ୍ତି ଭଗତ ବେହେରା ରିଜିଓନାଲ ମ୍ୟାନେଜର ବଲାଙ୍ଗୀର ମୁଖ୍ୟ ଶାଖା । ମଦ ବ୍ୟବସାୟୀ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ଘରେ ଜାରି ରହିଛି ଆୟକର ବିଭାଗର ଚଢାଉ । ଆଜି ବି ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି ଆୟକର ଅଧିକାରୀ । ବଲାଙ୍ଗୀରରେ ପହଂଚିଛି ହାଇଦ୍ରାବାଦର ଆନାଲିସିସ୍ ଟିମ୍ । ଏମାନେ ଚଡାଉ ହେଉଥିବା ସ୍ଥାନରେ କମ୍ପ୍ୟୁଟରର ଯାଂଚ କରିବେ । ଟଙ୍କା ନେଣଦେଣ ତର୍ଜମା କରିବେ । ସେହିପରି ବଡ଼ ଚଢାଉ ପାଇଁ ଆୟକର ବିଭାଗର ୧୫୦ ଜଣ ଅଧିକାରୀ ସାମିଲ ହୋଇଛନ୍ତି । ଏମାନେ ବିଭିନ୍ନ ସ୍ଥାନରେ ଚଢାଉରେ ସାମିଲ ହୋଇଛନ୍ତି । ଶୁକ୍ରବାର ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଥିଲା । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ ବେଳେ ପ୍ରାୟ ୫୦ କୋଟି ଟଙ୍କା ଜବତ ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!