ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦ୍ୱିତୀୟ ଦିନରେ ଡିଏନ ଗ୍ରୁପରେ ଜାରି ରହିଛି ଆଇଟି ରେଡ୍ । ଗୋଟିଏ ପରେ ଗୋଟିଏ ୩ଟି ଟ୍ରଙ୍କ ମିଳିଥିବା ବେଳେ ଟ୍ରଙ୍କରେ ଭର୍ତ୍ତି ହୋଇ ରହିଛି ଟଙ୍କା ଓ କାଗଜପତ୍ର । ଏହା ସହ ରେଡ଼ ବେଳେ ଗୋଟିଏ ଆଟାଚ୍ ମଧ୍ୟ ମିଳିଛି । ୧୦୦ କୋଟିରୁ ଅଧିକ ଟଙ୍କାର କ୍ୟାସ୍ ରିସିପ୍ଟ ମିଳିଥିବା ସୂଚନା ମିଳିଛି । ବିଭିନ୍ନ ଲୋକଙ୍କ ଠାରୁ ନେଣଦେଣ ହୋଇଥିବା ରିସିପ୍ଟର ଖୋଳତାଡ ଜାରି ରହିଛି । ଚଢ଼ାଉ ସମୟରେ ରିସିପ୍ଟ ଗଣୁଛି ଆୟକର ବିଭାଗ । ଅନ୍ୟପଟେ ଚନ୍ଦ୍ରଶେଖର ପଣ୍ଡାଙ୍କୁ ନିଜ ହେପାଜତକୁ ନେଲା ଇନକମ ଟ୍ୟାକ୍ସ ବିଭାଗ । ୪ ନମ୍ବର ବିଏସଏନଏଲ କଲୋନିରୁ ଚନ୍ଦ୍ରଶେଖର ପଣ୍ଡାଙ୍କୁ ଇନକମ ଟ୍ୟାକ୍ସ ଅଫିସକୁ ନିଆଯାଇଛି । ଏହାସହ ଚନ୍ଦ୍ରଶେଖରଙ୍କ ଘରୁ ମିଳିଥିବା ଗୋଟିଏ ଟ୍ରଙ୍କ୍ ଓ ଆଟାଚିକୁ ମଧ୍ୟ ନିଆଗଲା । ଟ୍ରଙ୍କ୍ ଓ ଆଟାଚିରୁ ୧୦କୋଟିରୁ ଉର୍ଦ୍ଧ୍ବ କୋଟି ଟଙ୍କା ଥିବା ସୂଚନା । ଡିଏନ୍ ଗ୍ରୁପ୍ ଉପରେ ଦ୍ୱିତୀୟ ଦିନରେ ବି ଚାଲିଛି ଆୟକର ବିଭାଗର ଚଢ଼ାଉ । କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଆଜି ବି ଚାଲିଛି ରେଡ୍, ଜବତ ନଗଦ ୩୦ କୋଟି ଟଙ୍କା ଉତ୍ସ ଖୋଜୁଛି ଇନକମ ଟ୍ୟାକ୍ସ । ୨୨ ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି ଆୟକର ବିଭାଗ ।





