ମୁମ୍ବାଇ, (ବାଘୁଆବାର୍ତ୍ତା): ୨୧ବର୍ଷିୟ ଯୁବକଙ୍କୁ ୨୨ଲକ୍ଷ ଟଙ୍କାର ପୁରସ୍କାର ଦେଲା ଫେସବୁକ୍ । ଯୁବକ ଜଣକୁ ଫେସବୁକ୍ ଭଳି ସଂସ୍ଥା କାହିଁକି ୨୨ଲକ୍ଷ ଟଙ୍କାର ପୁରସ୍କାର ଦେଲା, ପୁରସ୍କାର ଦେବା ପଛର କାରଣ ଜାଣିବାକୁ ଚର୍ଚ୍ଚା ଯୋର ଧରିଥିଲା । ସୂଚନାନୁସାରେ, ମୁମ୍ବାଇରେ ରହୁଥିବା ୨୧ବର୍ଷୀୟ ମରୟର ନାମ ଜଣେ ଭାରତୀୟ ଡେଭଲପର ଫେସବୁକର ପ୍ଲାଟଫର୍ମର ଇନଷ୍ଟାଗ୍ରାମରେ ଏକ ବଡ଼ ତ୍ରୁଟି ବାହାର କରିଥିଲେ । ଯେତେବେଳେ ଆକାଉଣ୍ଟଧାରୀ ପରସ୍ପରକୁ ଫଲୋ କରନ୍ତ ସେତେବେଳେ ହିଁ ବ୍ୟକ୍ତିଗତ ଆକାଉଣ୍ଟକୁ ସେମାନେ ଇନଷ୍ଟାଗ୍ରାମରେ ଦେଖିପାରନ୍ତି । ହେଲେ ଏହି ତ୍ରୁଟି ଯୋଗୁ ଇନଷ୍ଟାଗ୍ରାମରେ କୌଣସି ବ୍ୟକ୍ତି ଅନ୍ୟ ଆକାଉଣ୍ଟର ଗୋପନୀୟତାକୁ ଅତି ସହଜରେ ଦେଖିପାରିବେ । ଫଳରେ ୟୁଜର୍ସମାନଙ୍କୁ ଗୋପନୀୟତା ନରହିବା ସହ ଅନ୍ୟାମାନେ ଖରାପ୍ ଉଦ୍ଦେଶ୍ୟରେ ଏହାର ଫାଇଦା ମଧ୍ୟ ଉଠାଇପାରନ୍ତି । ଇନଷ୍ଟାଗ୍ରାମରେ ଏଭଳି ସମସ୍ୟା ଥିବା ନେଇ ଏପ୍ରିଲ୍ ୧୬ତାରିଖରେ ଫେସବୁକକୁ ସୂଚନା ଦେଇଥିଲେ । ତେବେ ଇନଷ୍ଟାଗ୍ରାମର ଏହି ସମସ୍ୟାକୁ ଫେସବୁକ୍ ସ୍ୱୀକାର କରିବା ସହ ଏହି ତ୍ରୁଟିକୁ ସଂଶୋଧିତ କରାଯାଇଛି । ଯେ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ନହୁଏ ସେ ପର୍ଯ୍ୟନ୍ତ ବାଉଣ୍ଟି ହଣ୍ଟର୍ସଙ୍କୁ ଏହାକୁ ଗୁପ୍ତ ରଖିଥିଲେ । ୨୧ବର୍ଷୀୟ ଯୁବକ ମୟୁରଙ୍କ ଏଭଳି କାର୍ଯ୍ୟ ପାଇଁ ଫେସବୁକ୍ ତାଙ୍କୁ ବାଉଣ୍ଟି ଭାବେ ୩୦ ହଜାର ଡଲାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଯାହାକି ଭାରତୀୟ ମୁଦ୍ରା ହିସାବରେ ୨୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।





