Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାସ୍ତାକୁ ଓହ୍ଲାଇଲେ ଇସ୍ରାଏଲ ନାଗରିକ

by ସଞ୍ଜୟ ସ୍ୱାଇଁ
October 22, 2023
in NATIONAL NEWS, WORLD
ରାସ୍ତାକୁ ଓହ୍ଲାଇଲେ ଇସ୍ରାଏଲ ନାଗରିକ
169
VIEWS
Share on FacebookShare on Twitter

ନିଉଦିଲ୍ଲୀ, (ବାଘୁଆବାର୍ତ୍ତା): ୟୁକ୍ରେନ ଉପରେ ଋଷର ଆକ୍ରମଣ ହେଉ କି ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ । ଏହି ଆକ୍ରମଣ ରାଜନୈତିକ ପ୍ରଣୋଦିତ ହେଉ କି ଅସ୍ତ୍ର ବ୍ୟବସାୟୀଙ୍କୁ କଚକ୍ରରେ ଫଶୁଥିବା ଶାସକ ଗୋଷ୍ଠୀ ହୁଅନ୍ତୁ । ହେଲେ ଭୋକର ଯନ୍ତ୍ରଣା ସହ ଆତ୍ମୀୟଙ୍କୁ ହରାଇବାର ଯନ୍ତ୍ରଣା ଭୋଗୁଛନ୍ତି ସାଧାରଣ ଜନତା । ୟୁକ୍ରେନ ଉପରେ ଋଷର ମାତ୍ରାଧିକ ଆକ୍ରମଣକୁ ଯେଭଳି ଋଷ ନାଗରିକ ବିରୋଧ କରୁଛନ୍ତି ସେହିଭଳି ଏବେ ଇସ୍ରାଏଲର ନାଗରିକମାନେ ମଧ୍ୟ ଇସ୍ରାଏଲ ସରକାରର ବିଚାରକୁ ବିରୋଧ କରି ରାସ୍ତାକୁ ଉହ୍ଲାଇଛନ୍ତି । ଇସ୍ରାଏଲ ନାଗରିକମାନେ ରାସ୍ତାରେ ପ୍ରଦର୍ଶନ କରି ହମାସ ଚରମପନ୍ଥୀଙ୍କ ଦ୍ୱାରା ବନ୍ଦୀ ଥିବା ଇସ୍ରାଏଲ ନାଗରିକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହି କ୍ରମରେ କିଛି ପ୍ରଦର୍ଶନକାରୀ କହିଛନ୍ତି କି ସେମାନେ ସେମାନଙ୍କ ଆତ୍ମୀୟଙ୍କ ସହ କୌଣସି ସଂପର୍କ ସ୍ଥାପନ କରିପାରୁନାହାଁନ୍ତି । ସେମାନଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଜୀବନ ନର୍କ ହୋଇଗଲାଣି ବୋଲି ସେମାନେ ଦୁଃଖର ସହ ପ୍ରକାଶ କରିଛନ୍ତି । ପ୍ରଦର୍ଶନକାରୀମାନେ ଆହୁରି କହିଛନ୍ତି କି ସେମାନଙ୍କର ୨୦୦ରୁ ଅଧିକ ସଂପର୍କୀୟ ହମାସ ଚରମପନ୍ଥୀମାନଙ୍କ କବଜାରେ ଅଛନ୍ତି । ଏଣୁ ସେମାନଙ୍କୁ କିଭଳି ସରକାର ତୁରନ୍ତ ଉଦ୍ଧାର କରିବେ ସେନେଇ ସେମାନେ ସରକାରଙ୍କ ନିକଟରେ ଦାବି ଜଣାଇବାକୁ ଏଭଳି ପ୍ରଦର୍ଶନ କରୁଛନ୍ତି । ସେପଟେ ଇସ୍ରାଏଲର ଆକ୍ରମଣ ଫଳରେ ୨୩ ଲକ୍ଷ ପାଲେଷ୍ଟାଇନ ବେଘର ହୋଇଯାଇଛନ୍ତି । ଇସ୍ରାଏଲ ସେନାର ଆକ୍ରମଣ ଫଳରେ ସେମାନଙ୍କ ଘର ସମ୍ପୂର୍ଣ୍ଣ ଧ୍ୱଂଶ ହୋଇଯାଇଛି । ଏହାସହ ସମ୍ପୂର୍ଣ୍ଣ ଗାଜା ଏବେ ଏକ ଅଳିଆଗଦାରେ ପରିଣତ ହୋଇଥିବା ଭଳି ନଜର ଆସୁଛି । ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟ ମୁତାବକ ଏପର‌୍ୟ୍ୟନ୍ତ ଇସ୍ରାଏଲ ସେନା ଆକ୍ରମଣରେ ୪୧ ଶହରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ହୋଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!