Monday, July 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାବୁଲ ଏୟାରପୋର୍ଟରେ ହୋଇଥିବା ଆତ୍ମଘାତୀ ହମଲାରେ ସାମିଲ ଥିବା ଆତଙ୍କୀର ଫଟୋ ଜାରି କରାଯାଇଛି

by ସଞ୍ଜୟ ସ୍ୱାଇଁ
August 27, 2021
in WORLD
କାବୁଲ ଏୟାରପୋର୍ଟରେ ହୋଇଥିବା ଆତ୍ମଘାତୀ ହମଲାରେ ସାମିଲ ଥିବା ଆତଙ୍କୀର ଫଟୋ ଜାରି କରାଯାଇଛି
88
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନର ରାଜଧାନୀ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଥିବା ଭୟଙ୍କ ଆତ୍ମଘାତୀ ହମଲା ପାଇଁ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସଆଇଏସ୍ ନିଜକୁ ଦାୟୀ କରିଛି। ଆଇଏସର ଖୋରସାନ ସଂଗଠନ ପକ୍ଷରୁ ସିରିଜ୍‌ ବିସ୍ଫୋରଣ ସହ ଆତ୍ମଘାତୀ ହମଲା କରାଯାଇଥିଲେ। ଏହି ହମଲାରେ ଏଯାଏ ପ୍ରାୟ ୯୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଆମେରିକାର ୧୩ ଜଣ ସେନା ଯବାନ, ଛୋଟ ପିଲା ଓ ମହିଳା ମଧ୍ୟ ରହିଥିବା ଜଣାପଡ଼ିଛି। କାବୁଲ ଏୟାରପୋର୍ଟକୁ ନିଜ ନିୟନ୍ତ୍ରଣକୁ ନେଇ ଆମେରିକା ଲୋକଙ୍କ ଏୟାରଲିଫ୍ଟ କରୁଛି। ଆମେରିକା ସେନା ଯବାନଙ୍କୁ ଟାର୍ଗେଟ କରି ହିଁ ଏପରି ହମଲା ହୋଇଥିବା ଆଇଏସ କହିଛି। ଏଥିସହ ଆତ୍ମଘାତୀ ହମଲାରେ ସାମିଲ ଥିବା ଆତଙ୍କୀର ଫଟୋ ମଧ୍ୟ ଜାରି କରିଛି। କାବୁଲ ଏୟାରପୋର୍ଟ ଭିତରେ ଆମେରିକା, ବ୍ରିଟେନ ଓ ନାଟୋ ସେନା ରହିଥିବା ବେଳେ ବାହାରେ ସୁରକ୍ଷା ଦାୟିତ୍ୱରେ ତାଲିବାନର ସବୁଠାରୁ କୁଖ୍ୟାତ ସଂଗଠନ ହକ୍କାନୀ ନେଟୱାର୍କ ରହିଛି। ଏୟାରପୋର୍ଟ ବାହାରେ ସୁରକ୍ଷା ଯୋଗାଇ ଦେବା ପାଇଁ ତାଲିବାନ ହକ୍କାନୀକୁ ସବୁ ଦାୟିତ୍ୱ ଦେଇଛି। ହେଲେ ଆଏସଏସ୍ ଆତଙ୍କୀ ଏହି ସୁରକ୍ଷା ବଳୟକୁ ଭେଦ କରି ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ଓ ବନ୍ଧୁକ ଦ୍ୱାରା ଆକ୍ରମଣ କରିବାକୁ ସକ୍ଷମ ହୋଇଛନ୍ତି। ଗୋଟିଏ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଆତ୍ମଘାତୀ ହମଲାରେ ସାମିଲ ଥିବା ଆଇଏସ୍‌ ଆତଙ୍କୀର ନାଁ ଅବଦୁଲ ରହମାନ ଅଲ-ଲୋଗାରୀ। ଆକ୍ରମଣ ପୂର୍ବରୁ ସେ ଆଇଏସ୍‌ ପତାକା ସହ ଫଟୋ ଉଠାଇଥିଲା। ଉକ୍ତ ଫଟୋକୁ ସଂଗଠନ ପକ୍ଷରୁ ରିଲିଜ କରାଯାଇଛି। ଅବଦୁଲ ହାତରେ ବନ୍ଧୁକ ଧରିଥିବା ବେଳେ ମୁହଁକୁ କଳା କପଡ଼ାରେ ଘୋଡ଼ାଇ ରଖିଛି। ଏଥିସହ ସେ ବିସ୍ଫୋରଣ ଖଚିତ ଜ୍ୟାକେଟ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳୁଛି। ସେ ହିଁ କାବୁଲ ଏୟାରପୋର୍ଟର ଆବେ ଗେଟ୍‌ ନିକଟରେ ଆତ୍ମଘାତୀ ହମଲା କରିଥିବା ଜଣାପଡ଼ିଛି। ତା’ ବିଷୟରେ ଆଇଏସ ପକ୍ଷରୁ ଆଉ କୌଣସି ସୂଚନା ଦିଆଯାଇ ନାହିଁ। ଆଇଏସ୍‌ ଟେଲିଗ୍ରାମରେ ବିବୃତି ଜାରି ନିଜକୁ ଆକ୍ରମଣ ପାଇଁ ଦାୟୀ କରିଛି। ସଂଗଠନ କହିଛି ଆମେରିକା ସୈନ୍ୟଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି। ଆମେରିକା ସୈନ୍ୟମାନେ ଆଫଗାନ ଶରଣାର୍ଥୀଙ୍କ ପାଇଁ ଯେଉଁ ସ୍ଥାନରେ କାଗଜପତ୍ର କାମ କରୁଥିଲେ, ସେଠାରୁ ମାତ୍ର ୫ ମିଟିର ଦୂରରେ ଆକ୍ରମଣ କରାଯାଇଛି। ଆଗକୁ ଆହୁରି ହମଲା ହେବ ବୋଲି ସଂଗଠନ ଦମ୍ଭୋକ୍ତି କରିଛି। ଅନ୍ୟପକ୍ଷରେ ଆମେରିକାର ଗୋଟିଏ ଟିଭି ଚ୍ୟାନେଲର ରିପୋର୍ଟ ଅନୁଯାୟୀ, କାବୁଲ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ଏପର୍ୟ୍ୟନ୍ତ ୯୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଇଛି। ମୃତକଙ୍କ ମଧ୍ୟରେ ୧୩ ଜଣ ଆମେରିକା ଯବାନ ମଧ୍ୟ ଉକ୍ତ ଚ୍ୟାନେଲ କହିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!