ଭୁବନେଶ୍ୱର, (ବାଘୁଆବାର୍ତ୍ତା): ISI ଲିଙ୍କ୍ରୁ ଓଡିଶାରୁ ଜଣେ ଗିରଫ । ଯାଜପୁର ଜିଲ୍ଲା ଧର୍ମଶାଳାରୁ ନେଉଳପୁରରୁ ଇସାନ ବୁଖାରୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଏସ୍ଟିଏଫ୍ । ତାଙ୍କ ନିକଟରୁ ନକଲି ଡାକ୍ତରୀ ସାର୍ଟିଫିକେଟ୍ ସହ ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଛି । ଘଟଣାରେ ଅଧିକ ଛାନ୍ଭିନ୍ ଜାରି ରଖିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ଖବର ଅନୁଯାୟୀ, ଇସାନ ବୁଖାରୀଙ୍କ ନାଁରେ ଜାମ୍ମୁ-କାଶ୍ମୀରରେ ଜାମିନ ବିହିନ ପରଓ୍ୱାନା ରହିଛି । ଦୀର୍ଘ ଦିନ ଧରି ଏନ୍ଆଇଏ ଇସାନ ବୁଖାରୀଙ୍କୁ ଖୋଜୁଥିଲେ। ଶେଷରେ ଓଡିଶା କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ସହିତ ଯୋଗାଯୋଗ କରିଥିଲା । ଏସ୍ଟିଏଫ୍ ଟିମ୍ ଶେଷରେ ଯାଜପୁର ଧର୍ମଶାଳାର ନେଉଳପୁରରୁ ଇସାନ୍ ବୁଖାରୀକୁ ଗିରଫ କରିଛି । ତାଙ୍କ ନିକଟରୁ ନକଲୀ ଡାକ୍ତରୀ ସାର୍ଟିଫିକେଟ୍ ସହ ଅନେକ କାଗଜପତ୍ର ଜବତ ହୋଇଛି । ୨୦୧୮ରୁ ଓଡିଶାରେ ରହିଆସୁଥିଲେ ଇସାନ । ତେବେ ଇସାନ ବୁଖାରୀଙ୍କ ନାଁରେ କେଉଁ କେଉଁ ମାମଲା ରହିଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ଏସ୍ଟିଏଫ୍ ଟିମ୍ ଲଗାତର ଭାବେ ଏନ୍ଆଇଏ ସହିତ ଯୋଗାଯୋଗରେ ରହିଛି । ସେହିପରି ଗିରଫ ପରେ ଇସାନ୍ ବୁଖାରୀଙ୍କୁ ଅଜ୍ଞାତ ସ୍ଥାନରେ ଅଟକ ରଖି ଜେରା କରୁଛି । ଆବଶ୍ୟକ ପଡିଲେ ଏନ୍ଆଇଏର ସହଯୋଗ ମଧ୍ୟ ନେଇପାରେ ଏସ୍ଟିଏଫ୍ ।





