Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଳସଂପଦ ବିଭାଗର ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି

by ସଞ୍ଜୟ ସ୍ୱାଇଁ
May 17, 2021
in Nayagarh
ଜଳସଂପଦ ବିଭାଗର ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି
115
VIEWS
Share on FacebookShare on Twitter

ଭୁବନେଶ୍ଵର,(ବାଘୁଆବାର୍ତ୍ତା): ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସଂପଦ ବିଭାଗ ତରଫରୁ ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ୨ୟ ପ୍ରସ୍ତୁତି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏହି ବୈଠକରେ ଅଧ୍ୟକ୍ଷତା କରି ଆଗାମୀ ସମ୍ଭାବ୍ୟ ବନ୍ୟା ପୂର୍ବରୁ ଏହାର ପ୍ରସ୍ତୁତି ନେଇ ବିଭାଗ ଦ୍ଵାରା ପ୍ରସ୍ତୁତ ମାନକ କାର୍ଯ୍ୟବିଧି ପଦ୍ଧତି ବା ମାର୍ଗଦର୍ଶିକା (ଏସ. ଓ. ପି ) ଅନୁସାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ମୁଖ୍ୟ ଯନ୍ତ୍ରୀ (ବନ୍ୟା ନିୟନ୍ତ୍ରଣ) ଇଂ. ଭକ୍ତରଞ୍ଜନ ମହାନ୍ତି ପାୱାର ପଏଣ୍ଟ ଜରିଆରେ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ନଦୀବନ୍ଧ ମରାମତି ନେଇ ଯୁଗ୍ମ ତନଖି, ଦୁର୍ବଳ ଥିବା ନଦୀବନ୍ଧ ଚିହ୍ନଟ, ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ଉପକରଣ ମହଜୁଦ ରଖାଯିବା, ବିଭିନ୍ନ ସ୍ଥାନରେ ପୂର୍ବରୁ ହୋଇଥିବା ଘାଇ ଓ ଘଳିଆ ମରାମତି, ସ୍ଲୁଇସ ଗେଟ ଓ ବ୍ୟାରଜ ଗେଟ ଗୁଡିକର ମରାମତି ତଥା ଉନ୍ନତିକରଣ ବନ୍ୟା ସମୟରେ ଆଗୁଆ ସତର୍କ ସୂଚନା, ଗଣମାଧ୍ୟମକୁ ସୂଚନା ପ୍ରଦାନ, ସମ୍ପ୍ରତି କୋଭିଡ କଟକଣା ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ବନ୍ୟା ପ୍ରାକ ପ୍ରସ୍ତୁତି ଓ ବନ୍ୟା ମୁକାବିଲା କାର୍ଯ୍ୟ ସମ୍ପାଦନ କରିବା ଉପରେ ବୈଠକରେ ଗୁରୁତ୍ଵ ଦିଆଯାଇଛି ।
ବୈଠକରୁ ଜଣାଯାଇଛି ଯେ, ଚଳିତ ମଇ ମାସ ୧୦ ତାରିଖ ସୁଦ୍ଧା ଜଳସଂପଦ ବିଭାଗୀୟ ଯନ୍ତ୍ରୀ ଓ ସମ୍ପୃକ୍ତ ବିଭିନ୍ନ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହିତ ସମସ୍ତ ନଦୀ ବନ୍ଧର ଯୁଗ୍ମ ତନଖି କାର୍ଯ୍ୟ ସରିଛି । ଯେଉ ସବୁ ନଦୀବନ୍ଧର ଦୁର୍ବଳ ସ୍ଥାନରେ ସାମୟିକ ମରାମତି ବା ପୁନରୁଦ୍ଧାର କାର୍ଯ୍ୟ ବାକି ରହିଛି, ତାହାକୁ ଆଗାମୀ ଜୁନ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଖାଲି ସିମେଣ୍ଟ ବ୍ୟାଗ, ବାଲି, ବାଉଁଶ, ବଲ୍ଲା ଆଦି ଜୁନ ୧ ତାରିଖ ସୁଦ୍ଧା ସରକାରୀ ବ୍ୟବସ୍ଥାରେ ସଂଗ୍ରହଣ ପରେ ଜୁନ ୧୫ ତାରିଖ ସୁଦ୍ଧା ପ୍ରୟୋଜନୀୟ ଅତ୍ୟାବଶ୍ୟକ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ସାମଗ୍ରୀର ସଂଗ୍ରହଣ ଓ ମହଜୁଦ ସମ୍ପର୍କରେ ବିଭାଗୀୟ ୱେବସାଇଟ ରେ ଉପଲବ୍ଧ ହେବ । ସେହିପରି ୨୦୨୦ ବନ୍ୟାରେ ଚିହ୍ନଟ ହୋଇଥିବା ସମସ୍ତ ଘଳିଆର ମରାମତି କାର୍ଯ୍ୟ ଚଳିତ ମେ ମାସ ୨୫ ତାରିଖ ଏବଂ ଘାଇ ମରାମତି କାର୍ଯ୍ୟ ଆଗାମୀ ଜୁନ ୧୦ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଘାଇ ମରାମତି ସମ୍ପର୍କିତ ସ୍ଥିତି ସମ୍ପର୍କରେ ବିଭାଗୀୟ ୱେବସାଇଟରେ ମଧ୍ୟ ଉପଲବ୍ଧ ହେବ । ମରାମତି ବା ପୁନରୁଦ୍ଧାର ଆବଶ୍ୟକ କରୁଥିବା ସମସ୍ତ ସ୍ଲୁଇସ ଗେଟ ଏବଂ ବ୍ୟାରେଜ ଗେଟଗୁଡିକୁ ଜୁନ ୧୫ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବନ୍ୟା ସମୟରେ ମାନକ କାର୍ଯ୍ୟବିଧି ପଦ୍ଧତି ( ଏସ.ଓ.ପି) କଡ଼ାକଡ଼ି ଭାବେ ପାଳନ କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ନିୟନ୍ତ୍ରଣ ପ୍ରକୋଷ୍ଠର ପରିଚାଳନା, ଟେଲିଫୋନ ଡିରେକ୍ଟୋରୀ ପ୍ରସ୍ତୁତି, ଅଧିକାରୀଙ୍କ ମଧ୍ୟରେ ବନ୍ୟା ପରିଚାଳନା ନେଇ ଉତ୍ତରଦାୟିତ୍ଵ, ବିନା ଅନୁମତିରେ ଛୁଟି ମଞ୍ଜୁର କରାନଯିବା, ଜରୁରୀ ପରିସ୍ଥିତିରେ କଣ୍ଟ୍ରାକ୍ଟର ଓ ସ୍ଥାନୀୟ ଲୋକଙ୍କ ପାଖରେ ଥିବା ଆବଶ୍ୟକ ଯନ୍ତ୍ରପାତି ବ୍ୟବହାର ନେଇ ପ୍ରସ୍ତୁତି, ବର୍ଷା ପରିମାଣ , ଜଳଭଣ୍ଡାରର ସ୍ଥିତି ସମ୍ପର୍କରେ ଗୁଗୁଲ ସିଟ ଏବଂ ହାଇଡ୍ରୋମେଟ ଆପ ଜରିଆରେ ଜଣାଇବା , ଲାଇଫ ଜ୍ୟାକେଟ ପ୍ରସ୍ତୁତ ରଖିବା, ପରିବହନ ସୁବିଧା ପାଇଁ ନଦୀ ବନ୍ଧ ରାସ୍ତା ସବୁବେଳେ ଯାତାୟତ ଉପଯୋଗୀ ହେଉଥିବା ଆଦି ଏସ.ଓ.ପି ଅନୁସରଣ କରିବାକୁ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା । ଏହା ବ୍ୟତୀତ ବନ୍ୟା ସମୟରେ କଣ କରାଯିବା ଉଚିତ ଓ କଣ ଅନୁଚିତ, ସେ ସମ୍ପର୍କରେ ଜନସଚେତନତା ପାଇଁ ସଂବାଦପତ୍ର ତଥା ସାମାଜିକ ଗଣ ମାଧ୍ୟମରେ ନିୟମିତ ପ୍ରକାଶନ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ , ସର୍ବୋଚ୍ଚ ଯନ୍ତ୍ରୀ ( ଯୋଜନା ଓ ନକ୍ସାଙ୍କନ) ଧୀରେନ କୁମାର ସାମଲ, ବିଭିନ୍ନ ନଦୀ ଅବବାହିକା ପରିଚାଳନା ଦାୟିତ୍ବରେ ଥିବା ମୁଖ୍ୟ ଯନ୍ତ୍ରୀ ତଥା ବେସିନ ମ୍ୟାନେଜର, ପରିଚାଳନା ନିର୍ଦ୍ଦେଶକ , ବିଭାଗୀୟ ଯୁଗ୍ମ ଶାସନ ସଚିବ, ଓଡିଶା କଂଷ୍ଟ୍ରକ୍ସନ କର୍ପୋରେସନ ଲିଃ ର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!