Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇରାକରେ ପରିସ୍ଥିତି ସଙ୍ଗୀନ, ସଂସଦରେ ଧସେଇ ପଶିଲେ ଲୋକେ

by ସଞ୍ଜୟ ସ୍ୱାଇଁ
July 28, 2022
in WORLD
ଇରାକରେ ପରିସ୍ଥିତି ସଙ୍ଗୀନ, ସଂସଦରେ ଧସେଇ ପଶିଲେ ଲୋକେ
83
VIEWS
Share on FacebookShare on Twitter

ବାଗଦାଦ, (ବାଘୁଆବାର୍ତ୍ତା): ଇରାକରେ ଶ୍ରୀଲଙ୍କା ଭଳି ସ୍ଥିତି। ଲୋକେ ରାସ୍ତାକୁ ଓହ୍ଲାଇ କରିଛନ୍ତି ଜୋରଦାର ବିକ୍ଷୋଭ ପ୍ରଦର୍ଶନ। ସେଠାକାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ହଜାର ହଜାର ସଂଖ୍ୟାରେ ଲୋକେ ବୁଧବ।ର ବାଗଦାଦରେ ଥିବା ସଂସଦ ଭବନକୁ କବ୍‌ଜା କରିନେଇଛନ୍ତି। ଏପରିକି ସଂସଦ ଭବନରେ ଧସେଇ ପଶିଛନ୍ତି ଲୋକେ। ଅଧିକାଂଶ ବିକ୍ଷୋଭକାରୀ ଇରାକର ଶିୟା ନେତା ମୁକ୍ତଦା ଅଲ-ସଦରଙ୍କ ସମର୍ଥକ। ଏମାନେ ଇରାନ ସମର୍ଥିତ ପାର୍ଟି ଦ୍ୱାରା ପ୍ରଧାନମନ୍ତ୍ରୀ ପ୍ରାର୍ଥ ତଥା ପୂର୍ବତନ ମନ୍ତ୍ରୀ ଓ ଗଭର୍ଣ୍ଣର ମହମ୍ମଦ ଶିୟା ଅଲ୍-ସୁଦାନୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି। ପ୍ରଦର୍ଶନକାରୀ ବାଗଦାଦର ଗ୍ରୀନ୍ ଜୋନ, ସରକାରୀ ଭବନ ଓ ରାଜନେତାଙ୍କ ଘରକୁ ଅକ୍ତିଆର କରିଛନ୍ତି। ଏହାପରେ ସେମାନେ ସଂସଦ ଭବନ ଭିତରକୁ ଧସେଇ ପଶି ଯାଇଥିଲେ। ହେଲେ ସେହି ସମୟରେ ସଂସଦ ଭବନରେ କେହି ଉପସ୍ଥିତ ନଥିଲେ। କେବଳ ସୁରକ୍ଷାକର୍ମୀ ସେହି ସମୟରେ ଉପସ୍ଥିତ ଥିଲେ ଏବଂ ସେମାନେ ପ୍ରଦର୍ଶନକାରୀଙ୍କୁ ସହଜରେ ଭିତରକୁ ଯିବାକୁ ଦେଇଥିଲେ। ବିକ୍ଷୋଭକାରୀମାନେ ହାତରେ ଶିୟା ନେତା ଅଲ୍-ସଦରରଙ୍କ ଫଟୋ ଧରିଥିବା ଦେଖିବାକୁ ମିଳିଛି । ବିକ୍ଷୋଭକାରୀ ଅଲ୍-ସୁଦାନୀ ଆଉଟ୍ ନାରାବାଜୀ ମଧ୍ୟ ଲଗାଇଥିଲେ। ଏହାକୁ ଦେଖି ପୁଲିସ ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା। ଏପରି କି ତାଙ୍କ ପାଣି ମାଡ ମଧ୍ୟ କରାଯାଇଥିଲା। ସିମେଣ୍ଟ ବ୍ୟାରିକେଡ୍‌ କରି ପ୍ରଦର୍ଶନକାରୀଙ୍କୁ ଅଟକାଇବା ପାଇଁ ପୁଲିସ ଚେଷ୍ଟା କରିଥିଲା। କିନ୍ତୁ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇ ବ୍ୟାରିକେଡ ଭାଙ୍ଗି ଗ୍ରୀନଜୋନ୍‌ ଭିତରେ ପ୍ରବେଶ କରିଥିଲେ। ଇରାକ ପତକା ହାତରେ ଧରି ସଂସଦ ଭିତରେ ପଶି ଟେବୁଲ ଉପରେ ଚଢ଼ି ନାରାବାଜି କରିଥିଲେ। ବିରୋଧ ପ୍ରଦର୍ଶନକୁ ଦେଖି ଦେଶର କାମଚଳା ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ-କଦିମୀ ପ୍ରଦର୍ଶନକାରୀଙ୍କୁ ଗ୍ରୀନ୍ ଜୋନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଗ୍ରୀନ୍‌ ଜୋନ୍‌ ଖାଲି ନହୁଏ ତେବେ ରାଜ୍ୟ ଅନୁଷ୍ଠାନ ତଥା ବିଦେଶୀ ମିଶନର ସୁରକ୍ଷା ପାଇଁ ସୁରକ୍ଷା ବାହିନୀ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ସେ ଚେତାବନୀ ଦେଇଛନ୍ତି। ୨୦୨୧ ଅକ୍ଟୋବର ମାସରେ ହୋଇଥିବା ସାଧାରଣ ନିର୍ବାଚନରେ ଅଲ୍-ସଦରଙ୍କ ପାର୍ଟି ମୋଟ ୩୨୯ ଆସନରୁ ୭୩ ଆସନ ଜିତିଥିଲେ। ଇରାକର ରାଷ୍ଟ୍ରପତି ହେବା ପାଇଁ ସେ ବହୁମତ ସାବ୍ୟସ୍ତ କରିପାରିନଥିଲେ । ଯେଉଁ କାରଣରୁ ମୁକ୍ତଦା ଅଲ୍-ସଦର ସରକାର ଗଠନ ପାଇଁ ଆଲୋଚନାରୁ ନିଜକୁ ଦୂରେଇ ରହିଥିଲେ। ଏହା ପୂର୍ବରୁ ଶ୍ରୀଲଙ୍କାରେ ମଧ୍ୟରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ କବ୍‌ଜା ନେଇଥିଲେ। ଯାହା ପରେ ଦେଶର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଦେଶ ଛାଡି ପଳାୟନ କରିଥିଲେ ଏବଂ ପରେ ଇସ୍ତଫା ମଧ୍ୟ ଦେଇଥିଲେ। ଏହାପରେ ନିର୍ବାଚନ ହୋଇଥିଲା। ନୂଆ ରାଷ୍ଟ୍ରପତି ଭାବେ ରାନିଲା ବିକ୍ରମସିଙ୍ଘେଙ୍କୁ ଚୟନ କରାଯାଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!