ଇସଲାମାବାଦ, (ବାଘୁଆବାର୍ତ୍ତା): ପାକିସ୍ତାନରେ ପୁଣି ଇରାନ ସେନାର ହମଲା । ପଡୋଶୀ ଦେଶରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ନିପାତ କରିଛି । ଇରାନୀ ମିଡିଆ ରିପୋର୍ଟ ଅନୁଯାୟୀ, ଏଥର ଇରାନ୍ ସେନା ପାକିସ୍ତାନ ସୀମାରେ ପ୍ରବେଶ କରି ଆକ୍ରମଣ କରିଛି । ଆତଙ୍କୀ ସଂଗଠନ ଜୈଶ-ଉଲ୍-ଅଦଲର ଶୀର୍ଘ କମାଣ୍ଡରକୁ ନିହତ କରିଛି । ଇରାନ ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍ କରିଛି । ପରେ ପାକିସ୍ତାନ ମଧ୍ୟ ଏହାର ଜବାବ ଦେଇଛି । ଦୁଇ ଦେଶ ମଧ୍ୟରେ ଆତଙ୍କବାଦକୁ ନେଇ ଉତ୍ତେଜନା ଜାର ରହିଛି । ମିଡିଆ ରିପୋର୍ଟ ମୁତାବକ, ଇରାନ ସେନା ପାକିସ୍ତାନ ସୀମାରେ ପ୍ରବେଶ କରି ବ୍ଲୁ ପ୍ରଣ୍ଟି୍ ଅନୁଯାୟୀ ଆତଙ୍କୀ ସଂଗଠନ ଜୈଶ-ଉଲ୍-ଅଦଲର ଶୀର୍ଷ କମାଣ୍ଡ ଇସ୍ମାଇଲ୍ ଶାହ ଏବଂ ଅନ୍ୟ କିଛି ସହଯୋଗୀଙ୍କୁ ମାରିଛି । ଜୈଶ-ଉଲ୍-ଅଦଲ ଆତଙ୍କବାଦୀ ସଂଗଠନ ୨୦୧୨ରୁ ସିସ୍ତାନ-ବେଲୁଚିସ୍ତାନରେ ପରିଚାଳିତ ହେଉଥିଲା । ଏହାକୁ ଇରାନ ସରକାର ଆତଙ୍କବାଦୀ ସଂଗଠନ ବୋଲି ମାନି ଆସୁଛନ୍ତି । ଗତବର୍ଷ ଡିସେମ୍ବର ମାସରେ ଏହି ସଂଗଠନର ଆତଙ୍କବାଦୀ ବେଲୁଚିସ୍ତାନରେ ଏକ ପୋଲିସ୍ ଷ୍ଟେସନକୁ ହମଲା କରି ଉଡ଼ାଇ ଦେଇଥିଲେ । ଏଥିରେ ୧୧ଜଣରୁ ଅଧିକ ପୋଲିସକର୍ମୀ ପ୍ରାଣ ହରାଇଥିଲେ । ବେଲୁଚିସ୍ତାନର ବିଦ୍ରୋହୀ ସଂଗଠନ ଇରାନ ଏବଂ ପାକିସ୍ତାନ ବିରୋଧରେ ସ୍ବତନ୍ତ୍ରତାର ଯୁଦ୍ଧ ଚାଲିଛି । ଏହି ବିଦ୍ରୋହୀ ସଂଗଠନ ପାକିସ୍ତାନରେ ହମଲା କରି ଇରାନ ସୀମାରେ ପ୍ରବେଶ କରୁଛନ୍ତି । ସେହିପରି ପାକିସ୍ତାନରେ ଆକ୍ରମଣ କରି ଇରାନ ସୀମାରେ ପ୍ରବେଶ କରୁଛନ୍ତି । ପୂର୍ବରୁ ଉଭୟ ଦେଶ ବିଦ୍ରୋହୀ ଆତଙ୍କବାଦୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହାକୁ ନେଇ କିଛି ବେଲୁଚିସ୍ତାନ ସୀମାରେ ଉତ୍ତେଜନା ଲାଗି ରହିଛି ।






