ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): କପଡ଼ା ମାର୍କେଟରେ ଭୟାନକ ବିସ୍ପୋରଣ । ଇରାକ୍ ବାଘବାଦ୍ରେ ଦୁଇଟି ଆତ୍ମଘାତୀ ବିସ୍ପୋରଣ ଘଟିଥିବା ଯୋଗୁଁ, ୩୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୩ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନାନୁସାରେ, ଇରାକ୍ରେ ମହାମାରୀ କୋଭିଡ୍-୧୯ ଭାଇରସ୍ ପାଇଁ ଦୀର୍ଘ ଦିନ ପରେ କରୋନା କଟକଣା କୋହଳ ହେବା ପରେ, ଆଜି ସକାଳେ ବାଘବାଦ୍ ଅ ଳରେ ଥିବା କପଡ଼ା ମାର୍କେଟରେ ଜନ ଗହଳୀ ଦେଖା ଦେଇଥିଲା । ଅତ୍ୟାଧିକ ଲୋକ ମାର୍କେଟରେ ଥିବା ସମୟରେ ଦୁଇଟି ଆତ୍ମଘାତି ବିସ୍ପୋରଣ ହୋଇଥିଲା । ଯାହାଫଳରେ ୩୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୩ ଜଣ ଆହାତ ଥିବା ଜଣାପଡିଛି । ତେବେ ଇରାକ୍ ୩ ବର୍ଷ ପରେ ଏଭଳି ଭୟାନକ ବିସ୍ପୋରଣ ଘଟିଛି ବୋଲି ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।





