Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇପିଏସ୍‌ ଜିପି ସିଂହଙ୍କ ବିରୋଧରେ ଛତିଶଗଡ଼ ପୁଲିସ୍‌ର ଦେଶଦ୍ରୋହ ମାମଲା

by ସଞ୍ଜୟ ସ୍ୱାଇଁ
July 10, 2021
in Crime, State
ଆଇପିଏସ୍‌ ଜିପି ସିଂହଙ୍କ ବିରୋଧରେ ଛତିଶଗଡ଼ ପୁଲିସ୍‌ର ଦେଶଦ୍ରୋହ ମାମଲା
88
VIEWS
Share on FacebookShare on Twitter

ରାୟପୁର, (ବାଘୁଆବାର୍ତ୍ତା): ଶୀର୍ଷକ ପଢ଼ି ଆପଣ ବିଚଳିତ ହେଉଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ। ଜଣେ ଆଇପିଏସ୍‌ ଅଫିସରଙ୍କ ବିରୋଧରେ ପୁଲିସ୍‌ ଦେଶଦ୍ରୋହ ମାମଲା ରୁଜୁ କରିଛି। ଛତିଶଗଡ଼ରେ ଏପରି ଘଟଣା ଘଟିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଚଳିତ ସପ୍ତାହରେ ନିଲମ୍ବିତ ହୋଇଥିବା ଆଇପିଏସ୍‌ ଜିପି ସିଂହଙ୍କ ବିରୋଧରେ ଛତିଶଗଡ଼ ପୁଲିସ୍‌ ଏପରି ଦେଶଦ୍ରୋହ ମାମଲା ରୁଜୁ କରିଛି। ନିଲମ୍ବିତ ହେବା ପୂର୍ବରୁ ଆଇପିଏସ୍‌ ଜିପି ସିଂହଙ୍କ ଘରେ ରାଜ୍ୟରେ ଏସିବି ଓ ଅର୍ଥନୀତିକ ଅପରାଧ ଶାଖା ପକ୍ଷରୁ ରେଡ୍‌ କରିଥିଲା। ରେଡ୍‌ ବେଳେ ତାଙ୍କ ପାଖରୁ ମିଳିଥିବା ଦସ୍ତବିଜ୍‌ ସମସ୍ତଙ୍କୁ ଚକିତ କରିଛି। ସେ ରାଜ୍ୟରେ ବିଭିନ୍ନ ଧର୍ମର ଲୋକଙ୍କ ମଧ୍ୟରେ ବିଦ୍ୱେଶ ଓ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଏହି ଦସ୍ତାବିଜକୁ ଯାଞ୍ଚ କରିବା ପରେ ସାମ୍ନାକୁ ଆସିଛି। ନିର୍ବାଚିତ ସରକାରଙ୍କ ବ୍ୟତୀତ ଲୋକ ପ୍ରତିନିଧିମାନଙ୍କ ବିରୋଧରେ ମଧ୍ୟ ଜିପି ସିଂହ ଷଡ଼ଯନ୍ତ୍ର କରୁଥିବା ପୁଲିସ୍‌ ଜାଣିବାକୁ ପାଇଛି। ଏହାପରେ ପୁଲିସ୍‌ ପକ୍ଷରୁ ତାଙ୍କ ନାଁରେ ଆଇପିସିର ୧୨୪-ଏ(ଦେଶଦ୍ରୋହ) ଓ ୧୫୩-ଏ ଜରିଆରେ ରାୟପୁରର ସିଟି କୋଟୱାଲି ଥାନାରେ ମାମଲା ରୁଜୁ କରାଯାଇଛି। ଏବେ ଘଟଣାର ଅଧିକ ଯାଞ୍ଚ କରାଯାଉଥିବା ରାୟପୁର ଏସଏସପି ଅଜୟ ଯାଦବ କହିଛନ୍ତି। ଜୁଲାଇ ୧ରୁ ୩ ଯାଏ ଏଡିଜି ପାହ୍ୟାର ଅଫିସର ଭାବେ କାମ କରୁଥିବା ଜିପି ସିଂହଙ୍କ ୧୫ଟି ଠିକଣାରେ ଏସିବି ଓ ଇଓଡବ୍ଲ୍ୟୁ ଏକକାଳୀନ ରେଡ କରିଥିଲେ। ତାଙ୍କ ପାଖରୁ ୧୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବନର ସମ୍ପତ୍ତି ଜବତ କରାଯାଇଥିଲା। ଏଥିସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା। ଏହି କାରଣରୁ ୧୯୯୪ ବ୍ୟାଚ୍‌ର ଏହି ଆଇପିଏସ୍‌ଙ୍କୁ ଜୁଲାଇ ୫ ତାରିଖରେ ନିଲମ୍ବନ କରାଯାଇଥିଲା। ଶ୍ରୀ ସିଂହଙ୍କ ସରକାରୀ ବାସଭବନରେ ରେଡ୍‌ କରିବା ବେଳେ ଅଧିକାରୀମାନେ ତାଙ୍କ ଘର ପଛ ପାଖରୁ କିଛି ଚିରା କାଗଜ ପାଇଥିଲେ। ଏହାକୁ ଯୋଡ଼ିବା ପରେ ଅନେକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ କଥା ଏଥିରେ ଉଲ୍ଲେଖ ଥିବା ଜାଣିବାକୁ ପାଇଥିଲେ। ଏଥିରେ ଦେଶର ପ୍ରତିଷ୍ଠିତ ନେତାମାନଙ୍କ ନାଁରେ ଆପତ୍ତିଜନକ କଥା ସବୁ ଲେଖା ଯାଇଥିଲା। ଏହାକୁ ଆଧାର କରି ପୁଲିସ୍‌ ଦେଶଦ୍ରୋହ ମାମଲା କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!