Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସର୍ବଗୁଣ ସମ୍ପର୍ଣ୍ଣା ଆଇପିଏସ ଇଲମା ଅଫରୋଜ

by ସଞ୍ଜୟ ସ୍ୱାଇଁ
July 2, 2021
in Lifestyle, NATIONAL NEWS
ସର୍ବଗୁଣ ସମ୍ପର୍ଣ୍ଣା ଆଇପିଏସ ଇଲମା ଅଫରୋଜ
363
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସଫଳତା ଏମିତି ସହଜରେ ମିଳେନି। କରିବାକୁ ପଡିଥାଏ କଠିନ ପରିଶ୍ରମ। ଦୁନିଆରେ ଏଭଳି କିଛି ମଣିଷ ଅଛନ୍ତି, ଯିଏକି ପ୍ରତିକୂଳ ପରିସ୍ଥିତିରେ ହାର ନମାନି ସଫଳତାର ଶୀର୍ଷରେ ପହଁଞ୍ଚି ପାରିଛନ୍ତି। ତାଙ୍କ ଭିତରେ ଅଛନ୍ତି ଆଇପିଏସ୍ ଅଫିସର ଇଲମା ଅଫରୋଜ। ତାଙ୍କ ଜୀବନର ସଂଘର୍ଷମୟ ଯାତ୍ରା କୌଣସି ହିଟ୍ ଫିଲ୍ମର ଷ୍ଟୋରୀଠାରୁ କମ୍ ନୁହେଁ। ମାତ୍ର ୧୪ ବର୍ଷ ବୟସରେ ନିଜର ବାପାଙ୍କୁ ହରାଇଥିଲେ ଇଲମା। ଏହାପରେ ପରିବାର ଦାୟିତ୍ବ ତାଙ୍କ ମା’ଙ୍କ ଉପରେ ଆସିଯାଇଥିଲା। ଚାଷ-ବାସ କରି ଇଲମାଙ୍କ ମା’ ତାଙ୍କୁ ଏବଂ ସାନଭାଇକୁ ଲାଳନପାଳନ କରିଥିଲେ। ଇଲମା ମଧ୍ୟ ମା’ଙ୍କ ସହ ମିଶି ଚାଷ କରୁଥିଲେ। କିନ୍ତୁ ପାଠପଢା ଛାଡି ନଥିଲେ। ମୁରାଦାବାଦର ଏକ ସ୍କୁଲରେ ପାଠପଢା ଶେଷ କରିବା ପରେ ଇଲମା ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍‌ରେ ଆଡମିଶନ୍ ନେଇଥିଲେ ଓ ଫିଲୋସଫିରେ ଗ୍ରାଜୁଏସନ୍ କରିଥିଲେ। ସେଣ୍ଟ ଷ୍ଟିଫେନ୍‌ରେ ପଢିବା ବେଳକୁ ଇଲମା ଜୀବନର ଉପଯୁକ୍ତ ସମୟ ବୋଲି ମାନନ୍ତି, କାରଣ ଏହି ସମୟରେ ସେ ଜୀବନ ବିଷୟରେ ବହୁତ କିଛି ସିଖିପାରିଥିଲେ। ତାଙ୍କର କଠିନ ପରିଶ୍ରମ କାରଣରୁ ଇଲମାଙ୍କୁ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ସ୍କଲାରସିଫ୍ ମିଳିଥିଲା। ସେଠାରେ ସେ ପୋଷ୍ଟ ଗ୍ରାଜୁଏସନ୍ କରିଥିଲେ। ଏହାପରେ ମଧ୍ୟ ଗାଁ ଲୋକ ଖୁସି ହେବା ବଦଳରେ ତାଙ୍କ ମା’ଙ୍କୁ କହିଥିଲେ, ଝିଅ ଏବେ ହାତରୁ ଖସି ଗଲାଣି। ଏବେ ଘରକୁ ଫେରିବନି। ଇଲମା ଅଫରୋଜ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ବିଦେଶରେ ପଢିବ ଓ ରହିବାର ଖର୍ଚ୍ଚ ସ୍କଲାରସିପ୍‌ରୁ ମିଳିଥିଲା। କିନ୍ତୁ ସେତେବେଳେ ତାଙ୍କ ପାଖରେ ବିଦେଶ ଯିବାର ଟିକେଟ ପାଇଁ ଟଙ୍କା ନଥିଲା। ଏହାପରେ ସାହାଯ୍ୟ ମାଗିବାକୁ ସେ ଗାଁର ଚୌଧୁରୀ ଦାଦାଙ୍କ ପାଖରେ ପହଁଞ୍ଚିଥିଲେ। ସେ ତାଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ। ଇଲମା ୟୁକେ ପଢିବା ବେଳେ ନିଜର ଖର୍ଚ୍ଚ ପାଇଁ କେବେ ଛୋଟ ପିଲାଙ୍କର ଦେଖାଶୁଣା କରିବା ସହିତ ଟ୍ୟୁସନ୍ ମଧ୍ୟ କରୁଥିଲେ। ପୋଷ୍ଟ ଗ୍ରାଜୁଏନ୍ କରିବା ପରେ ଇଲମା ଅଫରୋଜ ଏକ ଭେଣ୍ଟିଲେଟର ପୋଗ୍ରାମରେ ସାମିଲ ହେବାକୁ ନ୍ୟୁୟର୍କ ଯାଇଥିଲେ। ସେଠାରେ ତାଙ୍କୁ ଫାଇନାନ୍ସିଆଲ ଇଷ୍ଟେଟ୍ କମ୍ପାନୀରେ ଏକ ଭଲ ଚାକିରୀ ମିଳିଥିଲା। ଇଲମା ଚାହିଁଥିଲେ ବିଦେଶରେ ରହିପାରିଥାନ୍ତେ। ତେବେ ସେ ନିଜ ଦେଶକୁ ଫେରିଆସିଥିଲେ। କାରଣ ସେ ଭାବିଥିଲେ ମୋର ଶିକ୍ଷା ଉପରେ ମୋ ଦେଶ ଏବଂ ମୋ ଅମ୍ମି(ମା)ଙ୍କର ଅଧିକାର ଅଛି। ନ୍ୟୁୟର୍କରୁ ଫେରିବା ପରେ ଇଲମା ୟୁପିଏସସିର ପ୍ରସ୍ତୁତି କରିଥିଲେ। ଶେଷରେ ଇଲମା ୨୦୧୭ ରେ ୨୧୭ ରାଙ୍କ ରହି ୨୬ ବର୍ଷ ବୟସରେ ୟୁପିଏସସି ପରୀକ୍ଷା ପାସ୍ କରିଥିଲେ। ଯେତେବେଳେ ସର୍ଭିସ ଚୟନ କରିବାର ସମୟ ଆସିଥିଲା ସେ ଆଇପିଏସ୍ ହେବାକୁ ଚାହିଁଥିଲେ। ତାଙ୍କୁ ହିମାଚଳ ପ୍ରଦେଶ କ୍ୟାଡରରେ ଆଇପିଏସ୍ ନିଯୁକ୍ତ କରାଗଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!