ମୁମ୍ବାଇ, (ବାଘୁଆବାର୍ତ୍ତା): କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଆସିଲା ବଡ଼ ଖବର । ଆଇପିଏଲ ମ୍ୟାଚରେ ଦୁଇଟି ନୂଆ ଟିମ୍ ସାମିଲ ହେଲା । ଏହି ଦୁଇଟି ନୂଆ ଟିମ୍ ହେଲା ଲକ୍ଷେ୍ନା ଓ ଅହମ୍ମଦାବାଦ । ନୂଆ ଟିମ୍ ଲକ୍ଷେ୍ନାକୁ ଆରପିଏସଜି ଗ୍ରୁପ୍ ନେଇଥିବା ବେଳେ ଅହମ୍ମଦାବାଦ ଟିମକୁ ସିଭିସି କ୍ୟାପିଟାଲ୍ ପାର୍ଟନର୍ସ ନେଇଥିବା ଜଣାପଡିଛି । ଆଜି ଦୁଵାଇରେ ଖୋଲାଯାଇଥିଲା ଵିଡ୍ ପେପର । ବିସିସିଆଇ ପ୍ରତି ଫ୍ରାଞ୍ଚାଇଜ୍ର ବେସ୍ ପ୍ରାଇସ୍ (ମୂଲ୍ୟ ଦର) ୨୦୦୦ କୋଟି ଟଙ୍କା ରଖିଥିଲା । ମୋଟ୍ ୨୨ଟି କମ୍ପାନୀ ନୂଆ ଟିମ୍ କିଣିଵା ପାଇଁ ଵିଡିଙ୍ଗ କରିଥିଲେ । କଟକ ସହ ଲକ୍ଷ୍ନୌ, ଅହମ୍ମଦାଵାଦ୍, ଇନ୍ଦୋର, ଧର୍ମଶାଳା, ଗୌହାଟୀ ନୂଆ ଟିମ୍ ରେସରେ ଥିଲେ । ନୂଆ ଟିମରେ କଟକ ସାମିଲ ହେଵ କି ନାହିଁ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଶେଷରେ ଅହମ୍ମଦାବାଦ ଏବଂ ଲକ୍ଷ୍ନୌକୁ ସାମିଲ କରାଯାଇଛି । ପ୍ରମୁଖ ଵିଡର୍ ମଧ୍ୟରେ ଥିଲେ ମାଞ୍ଚେଷ୍ଟର ୟୁନାଇଟେଡ କ୍ଲଵ ମାଲିକ । ଜିନ୍ଦଲ ଷ୍ଟିଲ , ଟରେଣ୍ଟ ଫାର୍ମା ଓ ହିନ୍ଦୁସ୍ତାନ ଟାଇମସ୍ ଗ୍ରୁପ୍ ମଧ୍ୟ ଵିଡିଙ୍ଗରେ ସାମିଲ ହୋଇଥିଲେ । ମୋଟ ୬ଟି ସହର ମଧ୍ୟରୁ ଦୁଇଟି ସହରକୁ ନେଇ ହୋଇଥିଲା ନୂଆ ଫ୍ରାଞ୍ଚାଇଜ୍ । ଆଗାମୀ ସିଜିନରେ ଏହି ୨ଟି ନୂଆ ଟିମ୍କୁ ସାମିଲ କରାଯିବାର ସୂଚନା ମିଳିଛି ।






