Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚେନ୍ନାଇରେ ଖେଳାଯିବ ଆଇପିଏଲ ଫାଇନାଲ୍‌

by ସଞ୍ଜୟ ସ୍ୱାଇଁ
March 26, 2024
in NATIONAL NEWS, Sports
ଚେନ୍ନାଇରେ ଖେଳାଯିବ ଆଇପିଏଲ ଫାଇନାଲ୍‌
82
VIEWS
Share on FacebookShare on Twitter

ଚେନ୍ନାଇ, (ବାଘୁଆବାର୍ତ୍ତା): ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଆଇପିଏଲର ପୂର୍ଣ୍ଣସୂଚୀ ଆଜି ବିସିସିଆଇ ଜାରି କରିଛି। ଲୋକସଭା ନିର୍ବାଚନ ପାଇଁ ଫେବୃଆରୀ ୨୨ରେ ବିସିସିଆଇ ପ୍ରଥମ ପର୍ଯ୍ୟାୟ ଅର୍ଥାତ ପ୍ରଥମ ୧୭ ଦିନର ମ୍ୟାଚ୍‌ ସୂଚୀ ଜାରି କରିଥିଲା। କୁହାଯାଉଥିଲା ଯେ ନିର୍ବାଚନ ଯୋଗୁ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକ ବିଦେଶରେ ଖେଳାଯିବ। ବିସିସିଆଇ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛି। ନିର୍ବାଚନ ଋତୁରେ ମଧ୍ୟ ପୂରା ଆଇପିଏଲ ଭାରତରେ ଖେଳାଯିବ। ସେହିପରି ଚେନ୍ନାଇର ଚେପକ ଷ୍ଟାଡିୟମରେ ୨୦୨୪ ଆଇପିଏଲ ଫାଇନାଲ ଅନୁଷ୍ଠିତ ହେବ ବୋଲି ବିସିସିଆଇ ଜାରି କରିଥିବା ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ସୂଚୀରୁ ସ୍ପଷ୍ଟ ହୋଇଛି। ବିସିସିଆଇର ଘୋଷଣା ଅନୁଯାୟୀ, ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଆଇପିଏଲର ୧୭ତମ ସଂସ୍କରଣ ମେ’ ୨୬ ଯାଏ ଚାଲିବ। ଚେନ୍ନାଇର ଐତିହାସିକ ଚେପକ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହାପୂର୍ବରୁ କ୍ୱାଲିଫାୟର ୧ ଓ ଏଲିମିନେଟର ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯଥାକ୍ରମେ ମେ’ ୨୧ ଓ ୨୨ରେ ଖେଳାଯିବ। ପ୍ରଥମ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଏପ୍ରିଲ ୭ରେ ଲକ୍ଷ୍ନୌ ଓ ଗୁଜରାଟ ମଧ୍ୟରେ ଖେଳାଯିବ। ଏପ୍ରିଲ ୮ରୁ ହିଁ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ଚେପକରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ରେ କେକେଆରର ଓ ଚେନ୍ନାଇ ମୁହାଁମୁହିଁ ହେବେ। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଡବଲ ହେଡର ଏପ୍ରିଲ ୧୪ ରବିବାର ଖେଳାଯିବ। କେକେଆରର ହୋମ ଗ୍ରାଉଣ୍ତ ଇଡେନ ଗାର୍ଡେନ୍ସରେ ଲକ୍ଷ୍ନୌ ମ୍ୟାଚ୍‌ ଖେଳିବ। ଦ୍ୱିତୀୟ ମ୍ୟାଚ୍‌ ୱାଙ୍ଖେଡେରେ ଅନୁଷ୍ଠିତ ହେବ। ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ରାତି ସମୟରେ ମ୍ୟାଚ୍‌ ଖେଳିବେ। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୧ଟି ଡବଲ ହେଡର ମ୍ୟାଚ୍‌ ରହିଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ କ୍ୟାପିଟାଲ୍ସ ବିଶାଖାପଟନମକୁ ତା’ର ହୋମ ଗ୍ରାଉଣ୍ଡ କରିଛି। ହେଲେ ଦ୍ୱିତୀୟ ପର୍ଯ୍ୟାୟରେ ଦଳ ଅରୁଣ ଜେଟଲୀ ଷ୍ଟାଡିୟମକୁ ଫେରିବ। ଘରୋଇ ପରିବେଶରେ ଦଳ ତା’ର ପ୍ରଥମ ମ୍ୟାଚ୍‌ ଏପ୍ରିଲ ୨୦ରେ ଖେଳିବ। ସନ ରାଇଜର୍ସ ହାଇଦ୍ରାବାଦର ସାମ୍ନା କରିବ ଦିଲ୍ଲୀ କ୍ୟାପିଟାଲ୍ସ। ଧର୍ମଶାଲା ଓ ଗୌହାଟୀରେ ମଧ୍ୟ ୨ ଲେଖାଏ ମ୍ୟାଚ ଖେଳାଯିବ। କାରଣ ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ଏହି ଦୁଇ ଷ୍ଟାଡିୟମକୁ ଯଥାକ୍ରମେ ନିଜ ନିଜର ହୋମ ଗ୍ରାଉଣ୍ଡ ଭାବେ ଚୟନ କରିଛନ୍ତି। ପଞ୍ଜାବ ମେ’ ୫ରେ ଚେନ୍ନାଇକୁ ଓ ମେ’ ୯ରେ ଆରସିବିକୁ ଧର୍ମଶାଲାରେ ଭେଟିବ। ଗୌହାଟୀରେ ରାଜସ୍ଥାନ ମେ’ ୧୫ରେ ପଞ୍ଜାବ ଓ ମେ’ ୧୯ରେ କେକେଆର ସହ ମ୍ୟାଚ୍‌ ଖେଳିବ। ଏହା ଟୁର୍ଣ୍ଣାମେଣ୍ଟର ଶେଷ ଲିଗ ମ୍ୟାଚ୍‌।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!