ଚେନ୍ନାଇ,(ବାଘୁଆବାର୍ତ୍ତା): ଇଣ୍ଡିଆଲ ପ୍ରିମିୟର ଲିଗ୍(ଆଇପିଏଲ)ର ସିଜିନ୍-୧୪ ପାଇଁ ଖେଳାଳୀ ନିଲାମ ପ୍ରକ୍ରିୟା ଚେନ୍ନାଇରେ ଚାଲିଛି । ଚଳିତ ନିଲାମ ପ୍ରକ୍ରିୟାରେ ୨୯୨ ଜଣ ଖେଳାଳିଙ୍କ ସର୍ଟ ଲିଷ୍ଟ ହୋଇଥିବା ବେଳେ ସେଥିରୁ ୬୧ ଜଣ ଖେଳାଳୀଙ୍କୁ ପ୍ରାଞ୍ଚାଇଜ୍ ଟିମ୍ କିଣିପାରିବେ । ଆଇପିଏଲ ସିଜିନ୍-୧୪ ପାଇଁ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ରିସ୍ ମୋରିସଙ୍କୁ ସର୍ବାଧିକ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଥିବା ଜଣାପଡିଛି । ତେବେ ବିଦେଶୀ ଖେଳାଳୀଙ୍କ ମଧ୍ୟରୁ ମୋରିସ ସିଜିନ୍-୧୪ର ମହଙ୍ଗା ଖେଳାଳୀ ହୋଇଥିବା ବେଳେ ମୋଇନ୍ ଅଲ୍ଲୀଙ୍କୁ ୭ କୋଟି, ଶିଭମ୍ ଦୁବେଙ୍କୁ ୪ କୋଟି ୨୦ ଲକ୍ଷ ଟଙ୍କାରେ ରାଜସ୍ଥାନ ରୟାଲ୍ସ କିଣିଥିବା ବେଳେ ସାକିବ୍ ଅଲ ହାସନଙ୍କୁ କୋଲକାତା ନାଇଟ୍ ରାସଡର୍ସ ୩ କୋଟି ୨୦ ଲକ୍ଷରେ କିଣିଥିବା ବେଳେ ଦିଲ୍ଲୀ ଡେୟାର ଡେଭିଲ୍ସ ଷ୍ଟିଭ୍ ସ୍ମିଥଙ୍କୁ ୨ କୋଟି ୨୦ ଲକ୍ଷରେ କିଣିଥିବା ସୂଚନା ମିଳିଛି ।





