Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରିଲା ଆଇପିଏଲ ଚାମ୍ପିୟନ ହେଲା ଚେନ୍ନାଇ, ଖେଳାଳୀଙ୍କ ଉପରେ ହେଲା ଟଙ୍କା ବର୍ଷା

by ସଞ୍ଜୟ ସ୍ୱାଇଁ
October 16, 2021
in NATIONAL NEWS, Sports
ସରିଲା ଆଇପିଏଲ ଚାମ୍ପିୟନ ହେଲା ଚେନ୍ନାଇ, ଖେଳାଳୀଙ୍କ ଉପରେ ହେଲା ଟଙ୍କା ବର୍ଷା
548
VIEWS
Share on FacebookShare on Twitter

ଚେନ୍ନାଇ: (ବାଘୁଆବାର୍ତ୍ତା): ସରିଲା ଆଇପିଏଲ, ଚାମ୍ପିୟନ ହେଲା ଚେନ୍ନାଇ । ଆଇପିଏଲର ୧୪ତମ ସଂସ୍କରଣର ବିଜେତା ହୋଇଛି ଚେନ୍ନାଇ ସୁପର କିଙ୍ଗସ । ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ଏହି ବିଜୟ ସହ ୪ଥର ଆଇପିଏଲ ଟ୍ରଫି ନିଜ ନାଁରେ କରିବାରେ ସକ୍ଷମ ହୋଇଛି । ହାଇସ୍କୋରିଂ ମ୍ୟାଚରେ କୋଲକାତାକୁ ୨୭ ରନରେ ମାତ୍ ଦେଇ ଚେନ୍ନାଇ ଚମକିଛି । ଦୁବାଇ ମାଟିରେ ଦମ ଦେଖାଇଛି ଧୋନୀ ବାହିନୀ । ଏହାପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ରେ ମଧ୍ୟ ଟାଇଟଲ ହାତେଇ ସାରିଛି । ଆଉ ୨୦୨୧ରେ ଚାମ୍ପିୟନ ହେବା ସହ ଚେନ୍ନାଇ ଉପରେ ଟଙ୍କା ବର୍ଷା ହୋଇଛି । ଫାଇନାଲରେ ମହାବିଜୟ ହାସଲ କରିଥିବା ଚେନ୍ନାଇକୁ ପୁରସ୍କାର ରାଶି ଭାବେ ୨୦ କୋଟି ଟଙ୍କା ମିଳିଥିବା ବେଳେ ରନର୍ସ ଅପ ହୋଇଥିବା କୋଲକାତା ନାଇଟ ରାଇଡର୍ସକୁ ୧୨.୫ କୋଟି ଟଙ୍କା ମିଳିଛି । ବିଶ୍ୱର ସବୁଠୁ ଦାମୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଅଧିକାଂଶ ଖେଳାଳୀଙ୍କ ଉପରେ ଟଙ୍କାର ବର୍ଷା ହୋଇଛି । ଆଇପିଏଲରେ ସର୍ବାଧିକ ରନ୍ କରିଥିବା ଚେନ୍ନାଇର ଋତୁରାଜ ଗାଏକ୍ୱାଡ ୬୩୫ ରନ୍ ସହ ଅରେଞ୍ଜ କ୍ୟାପ୍ ହାସଲ କରିଥିବା ବେଳେ ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ମିଳିଛି । ସେହିଭଳି ଇମରଜିଙ୍ଗ୍ ପ୍ଲେୟାର ଭାବେ ମଧ୍ୟ ଋତୁରାଜଙ୍କୁ ୧୦ ଲକ୍ଷ ଟଙ୍କା ମିଳିଛି । ମାତ୍ର ୨ ରନ୍ ବ୍ୟବଧାନରେ ଋତୁରାଜ ଆଇପିଏଲ ୨୦୨୧ ସର୍ବାଧିକ ରନ୍ ସହ ଅରେଞ୍ଜ କ୍ୟାପ୍ ହାସଲ କରିଛନ୍ତି । ଚେନ୍ନାଇ ଫାପ୍ ଡୁ ପ୍ଲେସିସ ୬୩୩ ରନ୍ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ଚଳିତ ସିଜିନରେ ଋତୁରାଜଙ୍କ ଦମଦାର ଇନିଂସ ବଳରେ ଚେନ୍ନାଇ ଆଇପିଏଲର ଫାଇନାଲ ଖେଳିବାକୁ ସକ୍ଷମ ହୋଇଥିଲା । ସେହିଭଳି ଚଳିତ ଆଇପିଏଲରେ ସର୍ବାଧିକ ୱିକେଟ ହାସଲ କରି ପର୍ପଲ କ୍ୟାପ୍ ହାତେଇଥିବା ବାଙ୍ଗାଲୋରର ହର୍ଷଲ ପଟେଲଙ୍କୁ ୧୦ ଲକ୍ଷ, ସୁପର ଷ୍ଟ୍ରାଇକର ପାଇଁ ସିମରନ ହେଟମାୟରଙ୍କୁ ୧୦ ଲକ୍ଷ, ଆକର୍ଷଣୀୟ କ୍ୟାଚ୍ ପାଇଁ ରବି ବିଷ୍ଣୋୟୀଙ୍କୁ ୧୦ ଲକ୍ଷ, ଗେମ ଚେଞ୍ଜର ଖେଳାଳୀ ଭାବେ ହର୍ଷଲ ପଟେଲଙ୍କୁ ୧୦ ଲକ୍ଷ, ସର୍ବାଧିକ ଛକା ପାଇଁ କେଏଲ ରାହୁଲଙ୍କୁ ୧୦ ଲକ୍ଷ, ପାୱାର ପ୍ଲେରେ ଭଲ ପ୍ରଦର୍ଶନ କରିଥିବା ଭେଙ୍କେଟଶ ଆୟରଙ୍କୁ ୧୦ ଲକ୍ଷ ଟଙ୍କା ମିଳିଛି । ସେହିଭଳି ରାଜସ୍ଥାନ ଟିମକୁ ଫେୟାର ପ୍ଲେ ଆୱାର୍ଡ ମିଳିଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!