Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଫଗାନିସ୍ତାନରେ ଆଇପିଏଲ ବ୍ୟାନ୍ କଲା ତାଲିବାନ

by ସଞ୍ଜୟ ସ୍ୱାଇଁ
September 20, 2021
in Sports
IPL 2021 to restart with CSK vs MI in Dubai on September 19, final to be played on October 15
165
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନର ଖେଳ ପ୍ରେମୀମାନଙ୍କୁ ଝଟକା ଦେଇଛି ତାଲିବାନ । ଆଇପିଏଲ-୧୪ ଖେଳ ହେଉଥିବା ବେଳେ କୋଭିଡ୍-୧୯ ପାଇଁ ସିଜିନ୍-୧୪କୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ପରେ କୋଭିଡ୍ ସ୍ଥିତିରେ ସୁଧାର ଆସିବା ପରେ ଆଇପିଏଲ ସିଜିନ୍-୧୪ ଦ୍ୱିତୀୟ ଫେଜ୍ ମ୍ୟାଚ ୟୁଏଇ ସହରରେ ଆରମ୍ଭ ହୋଇଛି । ଖେଳ ପ୍ରେମୀମାନଙ୍କୁ ଆଇପିଏଲ ମ୍ୟାଚ୍ ଉତ୍ସାହ ଭରି ଦେଇଥିବା ବେଳେ ଆଫଗାନିସ୍ତାନରେ ଏହା ରୋକ୍ ଲାଗିଛି । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ତାଲିବାନୀ ଶାସନ ଚାଲିଛି। ସେ ଯାହା କହୁଛି ତାହା ହିଁ ହେଉଛି। ଆଫଗାନିସ୍ତାନରେ ଆଇପିଏଲ୍ ମ୍ୟାଚ୍ ପ୍ରସାରଣ ହେବ ନାହିଁ ବୋଲି ଏବେ ତାଲିବାନ ନିଷ୍ପତ୍ତି ନେଇଛି। ସମ୍ଭାବ୍ୟ ‘ଇସ୍ଲାମ-ବିରୋଧୀ ଆଧେୟ’ ଥିବା ଆଶଙ୍କା କରି ଆଫଗାନିସ୍ତାନରେ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୧’ ଟେଲିକାଷ୍ଟ ଉପରେ ରୋକ ଲଗାଯାଇଛି। ମ୍ୟାଚ୍ ସମୟରେ ଚିୟର ଲିଡରଙ୍କ ନାଚିବା ଏବଂ ଷ୍ଟାଡିଅମ ଭତରେ ମହିଳାଙ୍କ ମୁଣ୍ଡ ଢ଼ାଙ୍କି ନବସିବା ଇସ୍ଲାମ ବିରୋଧୀ। ତେଣୁ ତାଲିବାନରେ ଏଭଳି ଭୁଲ ବାର୍ତ୍ତା ନପହଞ୍ଚୁ ବୋଲି ତାଲିବାନ କହିଛି। ତେଣୁ ଆଫଗାନିସ୍ତାନର ଜାତୀୟ ଟିଭି ଏବଂ ରେଡିଓରେ ଆଇପିଏଲ୍ ମ୍ୟାଚ୍ ପ୍ରସାରଣ ହେବ ନାହିଁ। ଆଫଗାନିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି। ସୂଚନାନୁସାରେ, ଚଳିତ ଆଇପିଏଲ୍ରେ ଆଫଗାନିସ୍ତାନର ରାଶିଦ ଖାନ୍ ଏବଂ ମହୋମ୍ମଦ ନବି ଭଳି ଖେଳାଳିମାନେ ମଧ୍ୟ ଭାଗ ନେଇଛନ୍ତି। ତାଲିବାନ ଆଫଗାନିସ୍ତାନକୁ କବ୍ଜା କରିବା ବେଳେ ଏହି ଦୁଇ ଖେଳାଳି ଦେଶ ବାହାରେ ଥିଲେ। ବର୍ତ୍ତମାନ ଏହି ଦୁଇ ଖେଳାଳି ୟୁଏଇରେ ଅଛନ୍ତି। ସେପଟେ ପୁରୁଷମାନେ କ୍ରିକେଟ ଖେଳିବା ନେଇ କୌଣସି ଆପତ୍ତି ନଥିବା ପୂର୍ବରୁ ତାଲିବାନ ସ୍ପଷ୍ଟ କରିଛି। କ୍ରୀଡ଼ା ସମେତ ଅଧିକାଂଶ ମନୋରଞ୍ଜନ ଉପରେ ତାଲିବାନ ନିଷେଧାଜ୍ଞା ଜାରି କରିଛି। ଏହା ବ୍ୟତୀତ, ମହିଳାମାନଙ୍କ ପାଇଁ କ୍ରୀଡ଼ା କ୍ଷେତ୍ର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!