ଭଦ୍ରକ, (ବାଘୁଆବାର୍ତ୍ତା): ଦୀର୍ଘ ଦିନ ଧରି ଦାବୀ କରି ଆସୁଥିବା ବେଳେ ଶୁଣୁନାହାନ୍ତି ରେଳ ବିଭାଗୀୟ ଅଧିକାରୀ । ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ରେଳ ଷ୍ଟେସନ ଠାରୁ ଗୁଣ୍ଠୁଣିଆ ପର୍ୟ୍ୟନ୍ତ ରାସ୍ତା ସାଜିଛି ମରଣ ଜନ୍ତା। ପ୍ରତିଦିନ ପ୍ରାୟ ୫ ରୁ ୭ ଟି ପଂଚାୟତ ହଜାର ହଜାର ଲୋକ ଯିବା ଆସିବା କରିଥାନ୍ତି ଏହି ରାସ୍ତା ଦେଇ ହେଲେ ରାସ୍ତାର ଅବସ୍ଥା ଦେଖିଲେ କେହି ଯିବାକୁ ମନ କରିବେ ନାହିଁ।ଏହି ରାସ୍ତା ଟି ଭଦ୍ରକ ପୂର୍ବତଟ ରେଳବିଭାଗ ଅଧୀନରେ ଥିବା ବେଳେ ଦୀର୍ଘ ଦୁଇ ବର୍ଷ ଧରି ରେଳ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି ତେବେ ଆଜି ବାଧ୍ୟ ହୋଇ ସ୍ଥାନୀୟ ବାସିନ୍ଦା ରେଲୱେ ବିଭାଗ ର IOW ଅଫିସ ଆଗରେ ନାରାବାଜି କରିବା ସହ ଦାବୀ ଜଣାଇଥିଲେ ଏବଂ ଯଦି ଆଗାମୀ ୭ ଦୀନ ମଧ୍ୟରେ ରାସ୍ତା ମରାମତି କାର୍ଯ୍ୟ ନହୁଏ ତେବେ IOW ଅଫିସ ଆଗରେ ତାଲା ପକାଇ ଧାରଣା ରେ ବସିବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ଙ୍କ ସହ ସ୍ଥାନୀୟ ଜନପ୍ରତିନିଧି ।






