ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲା ଆଇନ୍ସେବା ପ୍ରାଧିକରଣଙ୍କ ତରଫରୁ ସେବା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାଗୃହରେ ମିଳିତ ଜାତିସଂଘ ଅନୁମୋଦନ କ୍ରମେ ୧୯୯୨ ମସିହାରୁ ପ୍ରତିବର୍ଷ ଡିସେମ୍ବର ୩ ତାରିଖରେ ପାଳିତ ହେଉଥିବା ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଉପଲକ୍ଷେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଜିଲ୍ଲା ଗୋପାଳ ଚନ୍ଦ୍ର ପଟ୍ଟନାୟକ ଉଦ୍ଘାଟନ କରି ଭିନ୍ନକ୍ଷମମାନଙ୍କୁ ସମ୍ମାନ ଓ ସମର୍ଥନ ଦେବା, ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା, ସେମାନଙ୍କ ସମସ୍ୟା ଦୂର କରିବା ଆଦି ଏହି ବିଷୟ ପାଳନର ଲକ୍ଷ୍ୟ ବୋଲି ବକ୍ତବ୍ୟ ରଖିଥିଲେ । ଆଇନ୍ରେ ଥିବା ଭିନ୍ନକ୍ଷମମାନଙ୍କ ପାଇଁ ବିଧିବ୍ୟବସ୍ଥା ସମ୍ପର୍କରେ ସୂଚାଇଥିଲେ । ଏହି ଶିବିରରେ ଜିଲ୍ଲା ପରିବାର କୋର୍ଟ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର, ସଚିବ ରଞ୍ଜୁଲତା ଲେଙ୍କା, ମହିଳାକୋର୍ଟ ବିଚାରପତି ପ୍ରଜ୍ୟୋତି ରାଉତ, ସବ୍ଜଜ୍ ମୁସାରତ୍ ଜାହିନ୍, ଏସ୍ଡିଜେଏମ୍ ସଦ୍ୟସ୍ନାତା ପତି, ଜେଏମ୍ଏଫ୍ସି ପ୍ରତିମା ସାହୁ, ଜେଏମ୍ଏଫ୍ସି ମୋନାଲିସା ଦାସ, ଜେଏମ୍ଏଫ୍ସି ଦିପ୍ତିମୟୀ ଏବଂ ସେବାର ଉପସଭାପତି ସଞ୍ଜୟ କୁମାର ସୁବୁଦ୍ଧି, ସମ୍ପାଦକ ଅମରେନ୍ଦ୍ର ଦାସ ପରିଜା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମୀଣ ଆଇନ୍ ସଚେତନତା କାର୍ମୀ ପ୍ରଫୁଲ୍ଲ କୁମାର ବେହେରା, ଦେବାଶିଷ ପଟ୍ଟନାୟକ ଏବଂ ପ୍ରମୋଦ କୁମାର ମହାନ୍ତି ସହଯୋଗ କରିଥିଲେ ।






