ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ବଂଶୀଧର ସାହୁଙ୍କ ପର୍ତ୍ତିମୂର୍ତ୍ତୀ ଅନାବରଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଇଟାମାଟି ଗ୍ରାମରେ ଜନ୍ମିତ ଶ୍ରୀ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଇକରିଠାରେ ଅନୁଷ୍ଠିତ ବଂଶୀଧର ପାର୍କରେ ଏହି ପର୍ତ୍ତୀମୂର୍ତ୍ତୀ ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତାଙ୍କ ପୁଅ ତଥା କଂଗ୍ରେସ ନେତା ମନୋଜ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ଜନସମାଗମ ହୋଇଥିଲା । ତିନି ଏକର ନିଜସ୍ୱ ଜମିରେ ଏହି ପାର୍କ ନିର୍ମାଣ କରାଯାଇଛି । ଆଗାମୀ ଦିନରେ ଝରଦେଇ ପୀଠକୁ ଆସୁଥିବା ପର୍ଯ୍ୟଟକମାନେ ଏହି ପାର୍କର ମଜା ନେଇ ପାରିବେ ବୋଲି ଜଣାପଡ଼ିଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।