Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ମାସ ତଳେ ହୋଇଥିଲା ପ୍ରେମ ବିବାହ, ସୈତାନ ସାଜିଲା ସ୍ୱାମୀ, ନିଶା ଦେଇ ପର ପୁରୁଷକୁ ଟେକିଦେଲା

by ସଞ୍ଜୟ ସ୍ୱାଇଁ
September 14, 2023
in Crime, State
ଦୁଇ ମାସ ତଳେ ହୋଇଥିଲା ପ୍ରେମ ବିବାହ, ସୈତାନ ସାଜିଲା ସ୍ୱାମୀ, ନିଶା ଦେଇ ପର ପୁରୁଷକୁ ଟେକିଦେଲା
201
VIEWS
Share on FacebookShare on Twitter

ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ସୈତାନ୍‌ ସାଜିଲା ସ୍ୱାମୀ । ନିଶା ଦେଇ ସ୍ତ୍ରୀକୁ ଟେକି ଦେଲା ଦୁର୍ବୃତ୍ତଙ୍କ ହାତରେ । ଚେତା ଆସିବା ପରେ ଦୁର୍ବୁତ୍ତଙ୍କ କବଳରୁ ଖସି ଆସିଲେ ମହିଳା । ସପିଂ ମଲ୍‌ରେ ଲୁଚିବା ପରେ ଦୌଡ଼ି ଦୌଡ଼ି ଥାନାରେ ପହଞ୍ଚିଲେ । ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଇନଫୋସଟି ଅଞ୍ଚଳରେ । କଟକ ଲାଲବାଗ ଥାନା ଅନ୍ତର୍ଗତ ନିମଚୌଡ଼ି ଅଞ୍ଚଳରେ ରହୁଥିବା ସଜିଦା ଖାତୁନ ଦୁଇମାସ ପୂର୍ବେ ରିଆଜୁଦ୍ଦିନଙ୍କୁ ପ୍ରେମ ବିବାହ କରିଥିଲେ । ଛୋଟ ମୋଟ କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମଝିରେ ମଝିରେ ଝଗଡା ଲାଗି ରହୁଥିଲା । ତେବେ ବୁଧବାର ସବୁ ସୀମା ପାର କରି ଦେଇଥିଲେ ରିଆଜୁଦ୍ଦିନ । ସଜିଦାଙ୍କୁ ନିଶା ଖୁଆଇ ବେହୋସ କରିବା ପରେ ଚାରିଜଣ ଦୁର୍ବୃତ୍ତଙ୍କ ସହ ଗୋଟିଏ କାରରେ ପଠାଇଦେଇଥିଲେ । ସାଜିଦାଙ୍କୁ ନେଇ ଚାରି ଦୁର୍ବୃତ୍ତ ଭୁବନେଶ୍ୱର ନେଇ ଆସିଥିଲେ । ତେବେ ଭୁବନେଶ୍ୱରରେ ପହଞ୍ଚିଲା ବେଳକୁ ରାସ୍ତାରେ ସଜିଦାଙ୍କର ହୋସ ଆସିଥିଲା । କାର ଭିତରେ ଅଜଣା ଲୋକଙ୍କ ସହ ନିଜକୁ ଠାବ କରିବା ପରେ ସେ ମୁକୁଳି ଆସିବାକୁ ଉଦ୍ୟମ କରିଥିଲେ । କିଛି ସମୟ ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତି ହେବା ପରେ ସେ ଏଥିରେ ସଫଳ ହୋଇଥିଲେ । ମ୍ୟାଗନେଟିକ ଛକ ନିକଟରେ କାରରୁ ଡେଇଁ ଏକ ସପିଂ ମଲ୍‌ ଭିତରେ ଲୁଚି ରହିଥିଲେ । ଦୁର୍ବୃତ୍ତ ମାନେ ଚାରିଆଡେ ଖୋଜାଖୋଜି କରି ତାଙ୍କୁ ନପାଇ ଫେରି ଯାଇଥିଲେ । ମହିଳା ଜଣକ ଇନ୍‌ଫାସିଟି ଥାନାକୁ ଦୌଡି ଯାଇ ପୁଲିସକୁ ସାହାଯ୍ୟ ମାଗିଥିଲେ । ପରେ ପୁଲିସ୍‌ ମହିଳାଙ୍କୁ କଟକ ଲାଲବାଗ ଥାନାକୁ ହସ୍ତାନ୍ତର କରିଥିଲେ। ତେବେ ଜଣେ ସ୍ୱାମୀ ନିଜ ପତ୍ନୀକୁ ନିଶା ଦେଇ ବେହୋସ୍‌ କରିବା ପରେ ଅନ୍ୟ ପୁରୁଷଙ୍କ ହାତରେ ଟେକି ଦେବା ଘଟଣା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!