ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ବରୁଣେଇରେ ଅଘଟଣ । ପ୍ରେମିକର ଛୁରାମାଡରେ ପ୍ରେମିକା ଗୁରୁତର ହୋଇଛନ୍ତି । ଉଭୟ ବରୁଣେଇ ବୁଲିବାକୁ ଆସିଥିଲେ । କୌଣସି କାରଣରୁ ବଚସା ହେବା ଫଳରେ ପ୍ରେମିକ ଜଣଙ୍କ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ତେବେ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପରେ ଗୁରୁତର ଯୁବତୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଯୁବତୀ ଜଣଙ୍କ ତମାଣ୍ଡୋ ନିକଟସ୍ଥ ଏକ ଗାଡି ଶୋ’ରୁମ୍ର କର୍ମଚାରୀ ବୋଲି ଜଣାପଡିଛି । ଯୁବତୀଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଜଣାପଡିଛି । ଯୁବକ ଜଣଙ୍କ ଜଟଣୀ ଅଞ୍ଚଳର ବୋଲି ଜଣାପଡିଛି । ଯୁବକକୁ ଧରିବା ପାଇଁ ଶିଳ୍ପାଞ୍ଚଳ ଥାନା ପୋଲିସ ଛାନଭିନ୍ ଜାରି ରଖିଛି ।





