Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଂଲାଦେଶକୁ ପରାସ୍ତ କଲା ଭାରତ

by ସଞ୍ଜୟ ସ୍ୱାଇଁ
May 20, 2025
in Sports, State
ବାଂଲାଦେଶକୁ ପରାସ୍ତ କଲା ଭାରତ
105
VIEWS
Share on FacebookShare on Twitter

ଭୂବନେଶ୍ୱର, (ବାଘୁଆବାର୍ତ୍ତା): ସପ୍ତମ SAFF U-19 ଫୁଟବଲ୍ ଚାମ୍ପିୟାନସିପ୍ରେ ବାଂଲାଦେଶକୁ ପରାସ୍ତ କରି ଭାରତୀୟ ଫୁଟବଲ ଟିମ୍ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ନିମନ୍ତେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ଟିମ୍ ଭାରତର ସମସ୍ତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି। ନିଜର ଶୁଭେଚ୍ଛା ବାର୍ତ୍ତାରେ ସେ କହିଛନ୍ତି ଯେ, ୭ମ SAFF U-19 ଫୁଟବଲ୍ ଚାମ୍ପିୟାନସିପ୍ରେ ଭାରତୀୟ ଫୁଟବଲ୍ ଟିମ୍ ର ଐତିହାସିକ ବିଜୟ ପାଇଁ ଆମ ଦେଶ ଆଜି ଗର୍ବିତ। କଠିନ ପରିଶ୍ରମ ଓ ବିଚକ୍ଷଣ ପ୍ରଦର୍ଶନ ମାଧ୍ୟମରେ କ୍ରୀଡ଼ାବିତମାନେ ଏହି ସଫଳତା ଅର୍ଜନ କରିଛନ୍ତି। ଏହି ବିଜୟ ଆମ ଦେଶ ଓ ରାଜ୍ୟର ହଜାର ହଜାର କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ନିଜ ପାଇଁ ଏକ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବାକୁ ନିଶ୍ଚିତ ଭାବରେ ପ୍ରେରିତ କରିଛି। ଆଗକୁ ମଧ୍ୟ ଆମ କ୍ରୀଡ଼ାବିତମାନେ ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଆମ ଦେଶ ପାଇଁ ଗର୍ବ ଓ ଗୌରବ ଅର୍ଜନ କରି ଆମକୁ ଗୌରବାନିତ୍ବ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ସାଉଥ୍ ଏସିଆନ୍ ଫୁଟବଲ୍ ଫେଡ଼େରେସନ୍ ଦ୍ୱାରା ଆୟୋଜିତ ୭ମ SAFF U-19 ଫୁଟବଲ୍ ଚାମ୍ପିୟାନସିପ୍ ବିଗତ ୯ ମେ’ ଠାରୁ ଆରମ୍ଭ ହୋଇ ୧୮ ମେ’ ପର୍ଯ୍ୟନ୍ତ ଭାରତର ଅରୁଣାଚଳପ୍ରଦେଶ ଠାରେ ଅନୁଷ୍ଠିତ ହୋଇଥିଲା। ବିଗତ ମେ’ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ବିଜୟ ହାସଲ କରି ଚାମ୍ପିୟନ୍ ହୋଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!