Wednesday, November 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତୀୟ ଛାତ୍ରୀଙ୍କୁ ଲଣ୍ଡନରେ ଛୁରୀ ମାରି ହତ୍ୟା

by ସଞ୍ଜୟ ସ୍ୱାଇଁ
June 14, 2023
in Crime, Nayagarh, WORLD
ଭାରତୀୟ ଛାତ୍ରୀଙ୍କୁ ଲଣ୍ଡନରେ ଛୁରୀ ମାରି ହତ୍ୟା
161
VIEWS
Share on FacebookShare on Twitter

ଲଣ୍ଡନ, (ବାଘୁଆବାର୍ତ୍ତା): ଲଣ୍ଡନର ବେମ୍ବଲୀ ଠାରେ ରହି ପାଠ ପଢୁଥିବା ହାଇଦ୍ରାବାଦର ଜଣେ ଛାତ୍ରୀଙ୍କୁ ଛୁରୀମାରି ହତ୍ୟା କରାଯାଇଛି । ଲଣ୍ଡନରେ ରହି ପାଠ ପଢୁଥିବା ହାଇଦ୍ରାବାଦର ଛାତ୍ରୀ କୌତମ ତେଜସ୍ୱନୀଙ୍କୁ ବ୍ରାଜିଲର ଜଣେ ନାଗରିକ ଛୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ ଘଟଣା ସ୍ଥଳରେ ତେଜସ୍ୱନୀଙ୍କର ମୃତ୍ୟୁ ହୋଇଛି । ମେଟ୍ରୋପଲିଟନ ପୋଲିସ ମୁତାବକ ଏହି ଆକ୍ରମଣରେ ଅନ୍ୟଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ବେମ୍ବଲିର ନିଲ୍ଡ କ୍ରିସେଣ୍ଟ ଅଞ୍ଚଳରେ ଘଟିଛି । ହାଇଦ୍ରାବାଦରେ ରହୁଥିବା ତେଜସ୍ୱନୀଙ୍କର ଜଣେ ସଂପର୍କୀୟ ଭାଇ ବିଜୟଙ୍କ କହିବା ମୁତାବକ ଅଭିଯୁକ୍ତ ଜଣଙ୍କ ବ୍ରାଜିଲର ନାଗରିକ । ଗୋଟିଏ ସପ୍ତାହ ପୂର୍ବରୁ ଅଭିଯୁକ୍ତ ଜଣଙ୍କ ସେଠାକୁ ରହିବାକୁ ଆସିଥିଲା । ସେଠାରେ ତେଜସ୍ୱନୀ ମଧ୍ୟ ତାଙ୍କ ବନ୍ଧୁଙ୍କ ସହ ରହୁଥିଲେ । କୁହାଯାଉଛି କି ତେଜସ୍ୱନୀ ମାଷ୍ଟର ଡିଗ୍ରୀ ପାଇଁ ଗତବର୍ଷ ମାର୍ଚ୍ଚ ମାସରେ ଲଣ୍ଡନ ଯାଇଥିଲେ । ସେପଟେ ମେଟ୍ରୋପଲିଟନ ପୋଲିସର କହିବା ମୁତାବକ ତେଜସ୍ୱନୀଙ୍କୁ ହତ୍ୟା କରିଥିବା ସନ୍ଦେହରେ ଜଣେ ମହିଳା ଓ ଜଣେ ପୁରଷଙ୍କୁ ଗିରଫ କରାଯାଇଛି । ପୁରଷ ଜଣଙ୍କ ଏବେ ପୋଲିସ ହେପାଜତରେ ଥିବା ବେଳେ ମହିଳା ଜଣଙ୍କୁ ପୋଲିସ ଛାଡି ଦେଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!