Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

RBIର ନୂଆ ନିର୍ଦ୍ଦେଶ, ପେନ୍‌ସନ୍‌ ପ୍ରଦାନରେ ବିଳମ୍ୱ କଲେ ବ୍ୟାଙ୍କ ଦେବେ ୮ ପ୍ରତିଶତ ସୁଧ

by ସଞ୍ଜୟ ସ୍ୱାଇଁ
April 8, 2025
in NATIONAL NEWS, State
RBIର ନୂଆ ନିର୍ଦ୍ଦେଶ, ପେନ୍‌ସନ୍‌ ପ୍ରଦାନରେ ବିଳମ୍ୱ କଲେ ବ୍ୟାଙ୍କ ଦେବେ ୮ ପ୍ରତିଶତ ସୁଧ
110
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପେନ୍‌ସନ୍‌କୁ ନେଇ ଆରବିଆଇ ପକ୍ଷରୁ ଏକ ବଡ଼ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ଓ ରାଜ୍ୟ କର୍ମଚାରୀଙ୍କ ପେନ୍‌ସନ୍‌ରେ କୌଣସି ପ୍ରକାର ବିଳମ୍ୱ ହେଲେ ଦାୟୀ ବ୍ୟାଙ୍କ ୮ ପ୍ରତିଶତ ହାରରେ ସୁଧ ଦେବ ବୋଲି ଏଥିରେ କୁହାଯାଇଛି । RBIର ମାଷ୍ଟର ସର୍କୁଲାରରେ କୁହାଯାଇଛି ଯେ ଏହି ନିୟମର ଉଦ୍ଦେଶ୍ୟ ପେନସନଭୋଗୀଙ୍କ ବକେୟା ବିଳମ୍ୱରେ କ୍ଷତିପୂରଣ ପ୍ରଦାନ କରିବା । ଆରବିଆଇର ସର୍କୁଲାର୍ ଅନୁସାରେ, ପେନ୍‌ସନ୍ ପୈଠ କରୁଥିବା ବ୍ୟାଙ୍କକୁ ପେନ୍‌ସନ୍ କିମ୍ୱା ବକେୟା ରାଶି ଜମା କରିବାରେ ବିଳମ୍ୱ ପାଇଁ ବାର୍ଷକ ୮ ପ୍ରତିଶତ ହାରର କ୍ଷତିପୂରଣ ଦେବାକୁ ପଡ଼ିବ । ସର୍କୁଲାରରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଏହି କ୍ଷତିପୂରଣ ପେନସନର୍ସଙ୍କୁ ବିନା କୌଣସି ଦାବିରେ ସ୍ୱତଃ ପ୍ରଦାନ କରାଯିବ । ପେନ୍‌ସନ୍ ପେମେଣ୍ଟ ଡେଟ୍ ପରେ ଯେକୌଣସି ବିଳମ୍ୱ ପାଇଁ ଏହି କ୍ଷତିପୂରଣ ଦେବାକୁ ପଡ଼ିବ । ଆରବିଆଇ ଦ୍ୱାରା ଏହି ନିୟମ ଅଣାଯିବାର ଉଦ୍ଦେଶ୍ୟ, କର୍ମଚାରୀଙ୍କୁ ବିନା ବିଳମ୍ୱରେ ପେନସନ୍ ପ୍ରଦାନ କରିବା । ଏହା ବ୍ୟତୀତ, ଆରବିଆଇ ବ୍ୟାଙ୍କଗୁଡ଼ିକୁ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ବରିଷ୍ଠ ପେନସନର୍ସଙ୍କ ସହ ଠିକ୍ ଭାବେ କଥାବର୍ତ୍ତା କରି ସୁବିଧା ଦେବା ପାଇଁ କୁହାଯାଇଛି । ଆରବିଆଇର ଏହି ନିର୍ଦ୍ଦେଶ ପୂରା ଭାରତରେ ପେନସନ୍ ବିତରଣର ବିଶ୍ୱସନୀୟତା ଓ ଦକ୍ଷତାକୁ ବଢାଇବ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!