ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନରେ ତାଲିବାନର କବଜା ପରେ ସ୍ଥିତି ଚିନ୍ତାଜନକ ରହିଛି। ସେଠାରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଏହି ଅବସରରେ ଭାରତୀୟ ବାୟୁସେନାର C-130J ବିମାନରେ ୮୫ ଭାରତୀୟ ସ୍ବଦେଶକୁ ଫେରିଆସିଛନ୍ତି। କୁହାଯାଉଛି ଯେ, ଇନ୍ଧନ ପାଇଁ ବିମାନ ତାଜିକିସ୍ତାନରେ ଓହ୍ଲାଇଥିଲା। ଏହି ବିମାନ କାବୁଲରୁ ଦିଲ୍ଲୀ ଆସୁଛି। ଏହା ପୂର୍ବରୁ ମଙ୍ଗଳବାର ପ୍ରାୟ ୧୪୦ ଲୋକ ଫେରିଥିଲେ। ସେମାନଙ୍କ ଭତରେ ଭାରତୀୟ ନାଗରିକ, ସାମ୍ବାଦିକ, ରାଷ୍ଟ୍ରଦୂତ, ଦୂତାବାସର ଅନ୍ୟ ଷ୍ଟାଫ୍ ଭାରତୀୟ ସୁରକ୍ଷାକର୍ମୀ ସାମିଲ ଥିଲେ। କାବୁଲ ଏୟରପୋ ଭିଡ ହେବାର କାରଣ ବିମାନର ଉଡାଣ ଉପରେ ରୋକ ଲଗାଇ ଦିଆଯାଇଥିଲା, ଏଭଳି ପରିସ୍ଥିତିରେ ବାୟୁସେନାକୁ ମିଶନ୍ ଦିଆଯାଇଛି। ଏହି ସମସ୍ତଙ୍କୁ ସୁରକ୍ଷିତ ଆଣି ହୋଇଥିଲା। ଉଲ୍ଲେଖନୀୟ ଯେ, ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସ୍ଥିତି ପରେ ଭାରତ ପକ୍ଷରୁ ଲୋକଙ୍କୁ ବାହାର କରିବା କାମ କରାଯାଉଛି। ଦୂତାବାସରେ କାମ କରୁଥିବା ଅଧିକାରୀଙ୍କୁ ବାହାରି କରିହୋଇଛି, କିନ୍ତୁ ଏବେ ବି ବହୁ ସଂଖ୍ୟାରେ ଲୋକ ଆଫଗାନିସ୍ତାନରେ ଫଶି ରହିଛନ୍ତି।






