Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲନ ବାଉଲ୍ସରେ ଇତିହାସ ରଚିଲା ଭାରତୀୟ ମହିଳା ଦଳ

by ସଞ୍ଜୟ ସ୍ୱାଇଁ
August 1, 2022
in WORLD
ଲନ ବାଉଲ୍ସରେ ଇତିହାସ ରଚିଲା ଭାରତୀୟ ମହିଳା ଦଳ
68
VIEWS
Share on FacebookShare on Twitter

ବର୍ମିଂହାମ, (ବାଘୁଆବାର୍ତ୍ତା): ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଲନ ବାଉଲ୍ସ ୱମେନ ୪ ଇଭେଣ୍ଟରେ ଇତିହାସ ରଚିଛି ଭାରତ। ଏହି ଇଭେଣ୍ଟରେ ଭାରତୀୟ ମହିଳା ଦଳ ଫାଇନାଲରେ ପ୍ରବେଶ କରି ଦେଶ ପାଇଁ ପଦକ ପକ୍କା କରିବାକୁ ସକ୍ଷମ ହୋଇଛି। ଲନ ବାଉଲ୍ସର କୌଣସି ଇଭେଣ୍ଟରେ ଭାରତ ପଦକ ଜିତିବା ଇତିହାସରେ ପ୍ରଥମ ଘଟଣା। ଆଜି ସେମିଫାଇନାଲରେ ଭାରତୀୟ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡକୁ ୧୬-୧୩ରେ ପରାସ୍ତ କରିଛି। ଭାରତ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ। ହାରିଲେ ବି ଭାରତକୁ ଅତିକମରେ ରୌପ୍ୟ ପଦକ ମିଳିବ। ଭାରତୀୟ ମହିଳା ଟିମରେ ଲଭଲୀ ଚୌବେ(ଲିଡ୍), ପିଙ୍କି(ଦ୍ୱିତୀୟ), ନୟନମଣି ସାଇକିଆ(ତୃତୀୟ) ଓ ରୂପା ରାଣୀ ତିର୍କୀ(ସ୍କିପ) ଦମଦାର ପ୍ରଦର୍ଶନ କରିଛନ୍ତି। ଦଳ ସେମି ଫାଇନାଲ ମୁକାବିଲା ଜିତି ପଦ ପକ୍କା କରିବାରୁ ଏହି ଖେଳାଳିମାନେ ଖୁସିରେ କାନ୍ଦି ମଧ୍ୟ ପକାଇଥିଲେ। ପ୍ରଥମଥର ପାଇଁ ଏହି ଖେଳରେ ଭାରତ ଭାଗ ନେଉଥିବା ବେଳେ ପଦକ ଜିତିବା ବେଶ ଗୌରବର ବିଷୟ। ନୋରଫୋଲକ ଆଇସଲ୍ୟାଣ୍ଡକୁ ହରାଇ ଭାରତୀୟ ମହିଳା ଦଳ ଲନ ବାଉଲର ସେମିରେ ପ୍ରବେଶ କରିଥିଲା। ଆଜି ସେମି ଲଢ଼େଇ ବେଶ ଚିତ୍କାର୍ଷକ ରହିଥିଲା। ଉଭୟ ଦଳର ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ନିଜ ଟିମ ଆଡ଼କୁ ମ୍ୟାଚ ଆଣିବାକୁ ଉଦ୍ୟମ କରିଥିଲେ। ତେବେ ଶେଷ ରାଉଣ୍ଡରେ ରୂପାରାଣୀ ନ୍ୟୁଜିଲ୍ୟାଣ୍ଡର ସବୁଠାରୁ ଶ୍ରେଷ୍ଠ ବାଉଲକୁ ଚତ୍କାର ଢଙ୍ଗରେ ମାତ ଦେବାକୁ ସକ୍ଷମ ହୋଇଥିଲେ। ଏଥିସହ ଭାରତ ପାଇଁ ପଦ ପକ୍କା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!