ମୁମ୍ବାଇ, (ବାଘୁଆବାର୍ତ୍ତା): ସବୁଠାରୁ ଲୋକ ପ୍ରିୟ ଚ୍ୟାନେଲ ଇଣ୍ଡିଆନ୍ ଆଇଡଲକୁ ନେଇ ହୋଇଛି ମହାଖୁଲାସା । ଏହାର ମହାଖୁଲାସା କରିଛନ୍ତି ଶୋ’ର ଜଣେ ଜଜ୍ ତଥା ସିଙ୍ଗର । ମହାଖୁଲାସାକୁ ନେଇ ବିବାଦ ଘେରରେ ରହିଛି ରିଆଲିଟି ଶୋ’ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୨ । ଏଠାକୁ ଗେଷ୍ଟମାନଙ୍କୁ ଡାକି ଜୋର ଜବରଦସ୍ତ ପ୍ରତିଯୋଗୀମାନଙ୍କ ପ୍ରଶଂସା କରିବାକୁ କୁହାଯାଉଥିବା ଅଭିଯୋଗ ଉଠିଥିଲା । ଏହି ବିବାଦର ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ସୂଚନାନୁସାରେ, ସିଙ୍ଗର ତଥା କମ୍ପୋଜର ସଲିମ୍ ମର୍ଚେଣ୍ଟ ଇଣ୍ଡିଆନ୍ ଆଇଡଲ୍ ଲୋକପ୍ରିୟ ରିଅଲିଟି ଶୋ’ ରେ ଜଜ୍ ରହିସାରିଥିବା ସଲିମ୍ ଏକ ସାକ୍ଷାତକାରରେ ଗୁମର ଖୋଲିଛନ୍ତି । ଯେତେବେଳେ ଶୋ’ରେ ଜଜ୍ କରୁଥିଲେ ସେତେବେଳେ ତାଙ୍କୁ ମଧ୍ୟ ପ୍ରତିଯୋଗୀମାନଙ୍କ ପ୍ରଶଂସା କରିବାକୁ ବାଧ୍ୟ କରାଯାଇଥିଲା । କିନ୍ତୁ ସେ ପ୍ରଶଂସା କରିନଥିଲେ । ଏଥିଲାଗି ଆଉ ସେ ରିଆଲିଟ୍ ଶୋ’ର ବିଚାରକ ସିଟରେ ବସୁନଥିବା କହିଛନ୍ତି । ଏପରି ଅନେକ ଥର ଘଟିଛି । ଶୋ’ର ନିର୍ଦ୍ଦେଶକ ଦୟାକରି ନେଗେଟିଭ୍ କମେଣ୍ଟ ନଦେବା ପାଈଁ ମଧ୍ୟ କହିଥିଲେ । ହେଲେ ଶୁଣି ନଥିଲେ ମର୍ଚେଣ୍ଟ । ଇଣ୍ଡିଆନ୍ ଆଇଡଲର ସିଜିନ୍-୧୨ରେ ଦିବଙ୍ଗତ ଗାୟକ କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଏପିସୋଡ ପରେ ଏହି ସବୁ ବିବାଦ ଆରମ୍ଭ ହୋଇଛି । ଏହି ଶୋ’କୁ କିଶୋର କୁମାରଙ୍କ ପୁଅ ଅମିତ୍ କୁମାର ସ୍ପେଶାଲ ଗେଷ୍ଟ ରୂପେ ଆସିଥିଲେ । ଶୋ’ ସରିବା ପରେ ମେକର୍ସମାନେ ପ୍ରତିଯୋଗୀଙ୍କୁ ପ୍ରଶଂସା କରିବାକୁ ଚାପ ପକାଇଥିଲେ ବୋଲି ସେ ହିଁ ଅଭିଯୋଗ କରିଥିଲେ । ଏହାକୁ ନେଇ ବିବାଦ ବଢି ଚାଲିଛି ।





