Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଲିମ୍ପିକ୍ସ ସେମିରେ ଭାରତୀୟ ହକି ଟିମ

by ସଞ୍ଜୟ ସ୍ୱାଇଁ
August 4, 2024
in NATIONAL NEWS, Sports
ଅଲିମ୍ପିକ୍ସ ସେମିରେ ଭାରତୀୟ ହକି ଟିମ
59
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ରୋମାଞ୍ଚକର ଓ ଛାତି ଧଡ଼ଧଡ଼ କରି ଦେବା ବେଳେ ମ୍ୟାଚ୍‌ରେ ଗ୍ରେଟ ବ୍ରିଟେନକୁ ଶୁଟ ଆଉଟରେ ହରାଇ ପ୍ୟାରିସ ଅଲିମ୍ପିକ୍ସର ସେମିରେ ପ୍ରବେଶ କରିଛି ଭାରତୀୟ ହକି ଟିମ। ୬୦ ମିନିଟର କଡ଼ା ସଂଘର୍ଷ ପରେ ସ୍ଥିତି ୧-୧ରେ ରହିବାରୁ ଶୁଟ ଆଉଟ ହୋଇଥିଲା। ଶୁଟ ଆଉଟରେ ଭାରତ ୪-୨ରେ ବ୍ରିଟେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଏଥିସହ ସ୍ୱର୍ଣ୍ଣ ଜିତିବା ଦିଗରେ ଆଉ ପାଦେ ଆଗେଇଛି। ଭାରତ ଦ୍ୱିତୀୟ କ୍ୱାର୍ଟରରୁ ୧୦ ଜଣ ଖେଳାଳିଙ୍କୁ ନେଇ ଲଢ଼େଇ କରିଥିଲା। କାରଣ ଓଡ଼ିଆ ପୁଅ ଅମିତ ରୋହିଦାସ ରେଡ କାର୍ଡ ପାଇଁ ମ୍ୟାଚ୍‌ର ୧୭ତମ ମିନିଟରୁ ବାହାରେ ବସିଥିଲେ। ଆଜିର ମ୍ୟାଚ୍‌ରେ ଗୋଲକିପର ପିଆର ଶ୍ରୀଜେଶ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତ ଉପରେ ବ୍ରିଟେନ ଘନଘନ ଆକ୍ରମଣ କରିଥିଲେ ହେଁ ଶ୍ରଜେଶ ସବୁ କିଛି ଚତ୍ମାକର ଢଙ୍ଗରେ ଅଟକାଇ ଦେଇଥିଲେ। ଏଥିସହ ଭାରତକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସର ସେମିରେ ପହଞ୍ଚାଇ ଦେଇଥିଲେ। ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ଟିମ ୩-୨ରେ ବ୍ରିଟେନକୁ ହରାଇ ସେମିକୁ ଯାଇଥିଲା। ଏହାପରେ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ଏଥର ଦଳ ପଦକ ହାସଲ କରିବା ଠାରୁ ଗୋଟିଏ ବିଜୟ ଦୂରରେ ରହିଛି। ଆଜିର ମ୍ୟାଚ୍‌ ଆରମ୍ଭରୁ ଭାରତ ଓ ବ୍ରିଟେକ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଗ୍ରେଟ ବ୍ରିଟେନକୁ ଗୋଟିଏ ଓ ଭାରତକୁ ଲଗାତର ୩ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ଦ୍ୱିତୀୟ କ୍ୱାର୍ଟରର ଦ୍ୱିତୀୟ ମିନିଟରେ ଘଟିଥିଲା ବିପର୍ଯ୍ୟୟ। ବ୍ରିଟେନର ଆଟାକୁ ଅଟକାଇବା ପାଇଁ ଅମିତ ରୋହିଦାସ ବିପଦପୂର୍ଣ୍ଣ ଭାବେ ବ୍ରିଟେନ ଖେଳାଳି କାଲନାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କ ଷ୍ଟିକ କଲନାଲଙ୍କ ମୁଣ୍ଢରେ ପିଟି ହୋଇଯାଇଥିଲା। ବଲ ରୋକିବା ବେଳେ ଏସବୁ ଘଟିଥିଲେ ହେଁ ରେଫରୀ ଏହାକୁ ବିପଦପୂର୍ଣ୍ଣ ଟ୍ୟାକେଲ ଭାବେ ବିବେଚନା କରିଥିଲେ। ଅମିତ ଜାଣିଶୁଣି ବ୍ରିଟେନ ଖେଳାଳିଙ୍କୁ ଧକ୍କା ଦେଇଥିବା ହୃଦୟଙ୍ଗମ କରି ରେଡ କାର୍ଡ ଦେଖାଇଥିଲେ। ଏହାକୁ ଦଳର ଅଧିନାୟକ ହରମନପ୍ରୀତ ସିଂହଙ୍କ ସମେତ ଅମିତ ବିରୋଧ କରିଥିଲେ। ହେଲେ ରେଫରୀ ନିଜ ନିଜରେ ଅଟଳ ରହିଥିଲେ। ଶେଷରେ ଅମିତ ରୋହିଦାସ ନିରାଶ ହୋଇ ପଡ଼ିଆ ଛାଡ଼ିଥିଲେ। ତଥାପି ଭାରତ ୨୦ ଜଣରେ ଦମଦାର ପ୍ରଦର୍ଶନ କରି ମ୍ୟାଚ୍‌ର ୨୨ ମିନିଟରେ ପ୍ରଥମେ ଗୋଲ ସ୍କୋର କରିଥିଲା। ଦଳ ପକ୍ଷରୁ ହରମନପ୍ରୀତ ସିଂହ ଗୋଲ ଦେଇଥିଲେ। କିନ୍ତୁ ଦ୍ୱିତୀୟ କ୍ୱାର୍ଟର ସରିବାକୁ ୨ ମିନିଟ ଥିବା ବେଳେ ବ୍ରିଟେନ ଗୋଲ ସ୍କୋର କରି ସ୍ଥିତି ବରବାର କରି ଦେଇଥିଲେ। ହାଫଟାଇମ ସୁଦ୍ଧା ସ୍ଥିତି ୧-୧ ରହିଥିଲା। ଭାରତ ୧୦ ଜଣ ଖେଳାଳିରେ ଖେଳୁଥିବାରୁ ଏହାର ଫାଇଦା ବ୍ରିଟେନ ଉଠାଇଥିଲା। ଘନଘନ ଆକ୍ରମଣ ଓ ପିସି ହାସଲ କରି ଦଳ ଭାରତ ଉପରେ ଚାପ ସୃଷ୍ଟି କରିଥିଲା। ତଥାପି ଭାରତୀୟ ହକି ଟିମ ହାର ମାନି ନଥିଲା। ବ୍ରିଟେନର ସବୁ ଆଟାକକୁ ଶ୍ରୀଜେଶ ଅଟକାଇଥିଲେ। ଶେଷ କିଛି ସେକେଣ୍ଡ ଭାରତକୁ ବ୍ରିଟେନ ପୂରା ବ୍ୟାକଫୁଟକୁ ଠେଲି ଗୋଲ ମାରିବାର ସୁଯୋଗ ପାଇଥିଲା। ହେଲେ ଭାରତୀୟ ଡିଫେନ୍ସ ଏହାକୁ ଅଟକାଇ ଦେବାରୁ ପୂର୍ଣ୍ଣ ଟାଇମ ପରେ ମ୍ୟାଚ୍ ୧-୧ରେ ଶେଷ ହୋଇଥିଲା। ଏହା ନକଆଉଟ ଷ୍ଟେଜ ହୋଇଥିବାରୁ ମ୍ୟାଚର ଫଳାଫଳ ପାଇଁ ଶୁଟ ଆଉଟର ସହାୟତା ନିଆଯାଇଥିଲା। ଭାରତ କ୍ରମାଗତ ୪ଟି ଗୋଲ କରିଥିବା ବେଳେ ବ୍ରିଟେନ ୨ଟି ମିସ କରିଯାଇଥିଲା। ଫଳରେ ଭାରତ ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିଥିଲା।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!