Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଲେଜ ଛାତ୍ରଛାତ୍ରୀ ଶୁଣିବେ ହକି ସଫଳତାର ଗାଥା, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

by ସଞ୍ଜୟ ସ୍ୱାଇଁ
October 11, 2023
in Sports, State
କଲେଜ ଛାତ୍ରଛାତ୍ରୀ ଶୁଣିବେ ହକି ସଫଳତାର ଗାଥା, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
16
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍କୁଲ ପରେ ଏବେ କଲେଜ ଛାତ୍ରଛାତ୍ରୀ ଶୁଣିବେ ହକି ସଫଳତାର ଗାଥା । ପ୍ରତି ସୋମବାର ଦିନ ପିଲାଙ୍କୁ ଏକାଠି କରି ହକିର ସଫଳ କାହାଣୀ ବିଷୟରେ ଅବଗତ କରାଯିବ । ଭାରତୀୟ ହକିର ପୁନରୁଦ୍ଧାର ଓ ଗୌରବ ଫେରାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ପିଲାଙ୍କୁ ଜଣାଯିବ । କ୍ୟାମ୍ପସରେ ହକିର ସଫଳତାକୁ ନେଇ ପୋଷ୍ଟର ମଧ୍ୟ ଲଗାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ବେସରକାରୀ ଅନୁଦାନପ୍ରାପ୍ତ ୪୮୮ ବର୍ଗ କଲେଜ, ବେସରକାରୀ ଅନୁଦାନପ୍ରାପ୍ତ ୬୬୨ ବର୍ଗ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଏହି ଚିଠିରେ ହକି ନେଇ ଲେଖାଯାଇଥିବା ଏକ ବାର୍ତ୍ତା ଓ ପୋଷ୍ଟରର ଫର୍ମାଟ ଦିଆଯାଇଛି । ପ୍ରତି ସୋମବାର କଲେଜ କ୍ୟାମ୍ପସରେ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ସନ୍ଦେଶ ପଢି ଶୁଣାଇବାକୁ କୁହାଯାଇଛି । ଏକାଠି ହୋଇଥିବା ଛାତ୍ରଛାତ୍ରୀଙ୍କୁ ଚକ୍ଲେଟ୍ କିମ୍ବା ମିଠା ବଣ୍ଟନ କରାଯିବ । ଏହି ଖର୍ଚ୍ଚ କଲେଜ କଂଟିଜେନ୍ସି ଫଣ୍ଡରୁ ବହନ କରାଯିବ । ୧୯୨୮, ୧୯୩୨ ଏବଂ ୧୯୩୬ରେ ଅନୁଷ୍ଠିତ ଅଲିମ୍ପିକ୍ସରେ ଭାରତର କ୍ରମାଗତ ସ୍ୱର୍ଣ୍ଣପଦକ ବିଜୟ ଛାତ୍ରଛାତ୍ରୀମାନେ ଜାଣିବେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!