ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଅଟକିଲା ଲାଲ, ଉଡ଼ିଲା ତ୍ରିରଙ୍ଗା । ଲାଲ ଗଡ଼ରେ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଯେଉଁଠି ଦିନେ ନକ୍ସଲଙ୍କ ରାଜ୍ରେ ଉଡୁଥିଲା ଲାଲ୍ ପତାକା, ସେଠି ଆଜି ଉଡ଼ିଲା ତ୍ରିରଙ୍ଗା ପତାକା । ବଣ୍ଡା ନଜଜାତିର ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ସେଠି ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠା ହୋଇଛି । ନକ୍ସଲଙ୍କ ସୁରକ୍ଷିତ ଆଡ୍ଡାସ୍ଥଳୀ ପାଲଟିଥିବା ଅଂଚଳରେ କ୍ୟାମ୍ପ ପ୍ରତିଷ୍ଠା ପରେ ବଣ୍ଡା ଜନଜାତିର ଜନସାଧାରଣ ସାମାନ୍ୟ ଆସ୍ୱସ୍ଥି ପାଇଛନ୍ତି । ସୂଚନାନୁସାରେ, ମାଲକାନଗିରି ଜିଲ୍ଲା ଏକ ନକ୍ସଲ ପ୍ରବଣ ଭାବେ ସାରାଦେଶ ପରିଚିତ । ଜିଲ୍ଲାରେ ବହୁ ଘଂଚ ଜଙ୍ଗଲ ଓ ଦୁର୍ଗମ ଅଂଚଳ ଥିବାରୁ ନକ୍ସଲମାନେ କାୟା ବିସ୍ତାରି ଚାଲିଥିଲେ । ଗରିବ ଓ ଆଦିବାସୀ ଜନସାଧାରଣଙ୍କୁ ମୋହରା କରି ବିଭିନ୍ନ ଅପରାଧରେ ଜଡ଼ିତ କରୁଥିଲେ ନକ୍ସଲମାନେ । ଯେଉଁଥିପାଇଁ ମାଲକାନଗିରି ଜିଲ୍ଲାରେ ବିକାଶର ପ୍ରଗତି ରଥ ଅଟକିଯାଇଥିଲା । ନକ୍ସଲମାନେ ଯେଉଁ ଭଳି ନିର୍ଦ୍ଦେଶ ଦେଇଥିଲେ ତା’ଙ୍କ ନିର୍ଦ୍ଦେଶ ଅନୁସାରେ ବଣ୍ଡା ଜାତିର ଜନସାଧାରଣ ସେଇ କାର୍ଯ୍ୟ କରିଆସୁଥିଲେ । ମାଲକାନଗିରି ଜିଲ୍ଲାରେ ପ୍ରଗତି ରଥ ଗଡ଼ାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଲାକନଗିର ଜିଲ୍ଲାର ଆରକ୍ଷି ଅଧିକ୍ଷକ ଦୟାନନ୍ଦ ଖିଲାରଙ୍କ ତତ୍ୱବଧାନରେ ଉକ୍ତ ବଣ୍ଡା ଅଂଚଳରେ ଜିଲ୍ଲା ସଦର ମହକୁମା ଠାରୁ ୧୩୦କି.ମି ଦୂର ପର୍ଯ୍ୟନ୍ତ ବିଏସ୍ଏଫ୍ କ୍ୟାମ୍ପ ଉଦ୍ଘାଟିତ କରାଯାଇଛି । ବଣ୍ଡା ଘାଟିର ଆଣ୍ଡ୍ରାହାଲ ଠାରେ ବିଏସ୍ଏଫ୍-୧୫ ବାଟାଲିୟନ୍ର ଯବାନ୍ମାନେ ସୁରକ୍ଷା ଦେଉଛନ୍ତି ।





