Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ପିନରଙ୍କ ଆଗରେ ଫେଲ୍ ମାରିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ର, ଭାରତକୁ ଦରକାର ୨୫୨ ରନ୍

by ସଞ୍ଜୟ ସ୍ୱାଇଁ
March 9, 2025
in NATIONAL NEWS, Sports, WORLD
ସ୍ପିନରଙ୍କ ଆଗରେ ଫେଲ୍ ମାରିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ର, ଭାରତକୁ ଦରକାର ୨୫୨ ରନ୍
69
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇରେ ଖେଳାଯାଉଛି । ପ୍ରଥମ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟିମ୍ ଡାରିଲ୍ ମିଚେଲଙ୍କ ୬୩ ରନ୍ ଓ ମିଚେଲ ବ୍ରାସୱେଲଙ୍କ ୫୧ ରନ୍‌ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୧ ରନ୍ କରିଛି । ଟ୍ରଫି ଉଠାଇବାକୁ ହେଲେ ଭାରତକୁ ୨୫୨ ରନ୍ କରିବାକୁ ପଡ଼ିବ । ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର । ଦୁଇ ଓପନରଙ୍କ ଦ୍ୱାରା ଭଲ ଷ୍ଟାର୍ଟ ମଧ୍ୟ ମିଳିଥିଲା । ଦୁହିଁଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୫୭ ରନ୍ ପାର୍ଟନରଶିପ୍ ହୋଇଥିଲା । ତେବେ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବଙ୍କ ସ୍ପିନକୁ ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଖେଳିପାରି ନଥିଲା । ନିୟମିତ ବ୍ୟବଧାନରେ ୱିକେଟ୍ ପତନ ହୋଇ ଚାଲିଥିଲା । ନ୍ୟୁଜିଲାଣ୍ଡ ପାଇଁ ଡାରିଲ୍ ମିଚେଲ ସର୍ବାଧିକ ୬୩ ରନ୍ କରିଥିବା ବେଳେ ଅଲରାଉଣ୍ଡର ମିଚେଲ ବ୍ରାସୱେଲ ଧୂଆଁଧାର ବ୍ୟାଟିଂ କରି ୪୦ ବଲ ଖେଳି ୧୩୨ ଷ୍ଟ୍ରାଇକରେଟ୍ ସହ ୫୧ ରନ୍ କରି ଅପରାଜିତ ରହିଥିଲେ । ଗ୍ଲେନ୍ ଫିଲିପ୍ସ (୩୪), ରଚିନ ରବିନ୍ଦ୍ର (୩୭), କେନ୍ ୱିଲିୟମସନ୍ (୧୧), ୱିଲ୍ ୟଙ୍ଗ (୧୫), ଟମ୍ ଲାଥମ୍ (୧୪) ରନ୍ କରି ଆଉଟ୍ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!